नियमित अपडेट के लिए सब्सक्राईब करें।
ଡା. ଜୀତେନ୍ଦ୍ର କୁମାର ସାହୁ | ଉତ୍ତରାଖଣ୍ଡ
ଗୁପ୍ତ କାଶୀରେ ଥିବା
ଛାତ୍ରାବାସ
କେଦାର ଘାଟିରେ ଆସିଥିବା ଜଳ ପ୍ରଳୟକୁ କେହି ବୋଧହୁଏ ଭୁଲିନଥିବେ । ଜୀବନ ପ୍ରଦାନ କରୁଥିବା ଜଳ,
ପ୍ରଳୟଙ୍କାରୀ ହୋଇଯାଏ ତାହାର ଏକ ଜଳନ୍ତା ଉଦାହରଣ କେଦାରଘାଟି ପ୍ରଳୟ । ଆଲକାନନ୍ଦା ନଦୀରେ ଏହି ମହାପ୍ରଳୟର ଖବର ଆମେ ସମସ୍ତେ ଟିଭିରେ ଦେଖିଛୁ । ଏହି କାହାଣୀ ମାଧ୍ୟମରେ ଆମ୍ଭେ ଏହି କଠିନ ପରିସ୍ଥିତିରେ ମାନବତାର ଛାପହୋଇ ଏହି ବେସାହାରାଙ୍କ ସାହାରା ବନିଥିବା ସ୍ୱୟଂସେବକଙ୍କ କଥା ଚର୍ଚ୍ଚା କରିବା । ଏହି ଆପଦା ସମୟରେ କଠିନ ରାସ୍ତାଦେଇ ସେବାକାର୍ଯ୍ୟ କରିବା ପାଇଁ ପହଂଚି ଥିଲେ ସଂଘର ସ୍ୱୟଂସେବକ ।
କେଦାର ଘାଟିରେ ପ୍ରଥମ ହେଲିପ୍ୟାଡ଼ ନିର୍ମାଣ ଠାରୁ ଆରମ୍ଭକରି ଏହି ଆପଦାରେ ଅନାଥ ହୋଇଥିବା ପିଲାମାନଙ୍କ ପାଠପଢା ବ୍ୟବସ୍ଥା କରିବା ସଂଘ ଆଜି ପର୍ଯ୍ୟନ୍ତ କରି ଆସୁଅଛି ।
ପିଡୀତଙ୍କୁ ଖାଦ୍ୟ
ଯୋଗାଉଥିବା ସ୍ୱୟଂସେବକ
ଆପଣମାନେ କେହି ବି ଯୋଗେନ୍ଦ୍ର ଓ ବ୍ରଜମୋହନ ବିଷ୍ଣୁଙ୍କ ନାମ ଶୁଣି ନଥିବେ । ସଂଘର ଏହି ଦୁଇଜଣ ସ୍ୱୟଂସେବକ ସେନା ଓ ବାୟୁସେନା ପହଂଚିବା ଆଗରୁ ପ୍ରାଇଭେଟ ହେଲିକପ୍ଟରରେ ଯାତ୍ରୀମାଙ୍କୁ ଆଣି ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଥିଲେ । ୧୬ ଓ ୧୭ ଜୁନର ବର୍ଷା ସବୁକିଛି ନଷ୍ଟ କରିଦେଇଥିଲା ସେତେବେଳେ ହେଲିକପ୍ଟର ଓହ୍ଲାଇବା ପାଇଁ ମଧ୍ୟ ଜାଗା ନ ଥିଲା । ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଏହି ସାହସୀ ଯୁବକମାନେ ପାରଚୁଟ ଦ୍ୱାରା ଓହ୍ଲାଇ ପ୍ରଥମ ହେଲିପ୍ୟାଡ଼ ନିର୍ମାଣ କଲେ ଏବଂ ତାପରେ ତୁରନ୍ତ ରାମବାଡା, ଘୋଡାପାହାଡ ଓ ଗୌରୀକୁଣ୍ଡରେ ଫସିଥିବା ଯାତ୍ରୀମାଙ୍କୁ ଉଦ୍ଧାର କରିଥିଲେ । କେଦାରନାଥ ମନ୍ଦିର ପଛପଟେ ଓ ଜଙ୍ଗଲ ଭିତରେ ସେନା ଟିମର ସହାୟତାରେ ହେଲିପ୍ୟାଡ଼ ନିର୍ମାଣଥିଲେ । କେଉଁ କେଉଁ ଜାଗାରେ ୫୦ ଫୁଟ ଉଚ୍ଚରୁ ଦଉଡି ସାହାଯ୍ୟରେ ତଳକୁ ଆସି ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଏହି ଦୁଇଜଣ ସାହସୀ ଯୁବକ ଯାହାକିଛି କରିଗଲେ ସେନାର ଟ୍ରେନିଂ କରିଥିବା ସୈନିକମାନଙ୍କ ସମକକ୍ଷ ଥିଲା ।
"କେଦାର ଘାଟିରେ ସେବାଦୂତ
ପିନେକଲ ଏଭିୟସକ କମ୍ପାନୀ"ର କର୍ମଚାରୀଙ୍କ ମନାକରିବା ସତ୍ତ୍ୱେ ଏହି ଯୁବ ସ୍ୱୟଂସେବକ ଜୀବନ ରକ୍ଷା କାର୍ଯ୍ୟ ଜାରିରଖିଥିଲେ ।
ବନ୍ୟା ପୂର୍ବରୁ ଏବଂ ପରେ
ଏବେ ଗଣେଶ ଆଗୋତାଙ୍କ କଥା ଶୁଣିବା । ଯିଏ କି ଏକ ହୃଦରୋଗୀ ବୃଦ୍ଧଙ୍କ ଜୀବନ ରକ୍ଷା କରିବା ପାଇଁ ତାଙ୍କୁ ନିଜ କାନ୍ଧରେ ବସାଇ ୬ କିଲୋମିଟର ମନୋରୀ ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ । ଏହି ଭଳି ଅନେକ କାହାଣୀ ରହିଛି ଏହି ଘାଟିରେ । ଏହି ଅସୁବିଧାର ପ୍ରତ୍ୟେକ ନିର୍ଘଣ୍ଟରେ ସଂଘର ସ୍ୱୟଂସେବକମାନେ ଯାତ୍ରୀଙ୍କ ପ୍ରତ୍ୟେକ ଅସୁବିଧା ସହ ଠିଆ ହୋଇଥିଲେ । ମନୋରୀ ସେବାଶ୍ରମ ଚମ୍ପାର ଦିଖୋଲ ଗାଁ ଉଖୀମଠର ଆଖପାଖ ଉଣ୍ଡା ପର୍ଯ୍ୟନ୍ତ ୬୮ ଗାଁରେ ରିଲିଫ କ୍ୟାମ୍ପରେ ଭୋଜନ,
ପୋଷାକପତ୍ର ଭଳି ସବୁ ପ୍ରକାର ଜରୁରୀ ସହାୟତା ଦିଆଯାଇଥିଲା। କେବଳ ମନୋରୀରେ ୧୦,୦୦୦ ତୀର୍ଥ ଯାତ୍ରୀଙ୍କ ବ୍ୟବସ୍ଥା କରାଯାଇଥିଲା । ଦିଖୋଲ ଗାଁରେ ୨୦,୦୦୦ ଲୋକଙ୍କ ପାଇଁ ଜରୁରୀ ସାମଗ୍ରୀ ଦିଆଯାଇଥିଲା । ଚମୋଲିର ସରସ୍ବତୀ ଶିଶୁମନ୍ଦିର ଓ ମନୋରୀ ସେବାଶ୍ରମ ଏହି ଦୁଇଟି ଜାଗାରେ ବହୁଦିନ ଧରି ରିଲିଫ ସାମଗ୍ରୀ ବଣ୍ଟାଯାଇଥିଲା । ଯାତ୍ରୀ ଓ ସେନାମାନେ ସମସ୍ତେ ଏଠାରେ ଭୋଜନ କରିଥିଲେ । ଶେଷ ପର୍ଯନ୍ତ ଉତ୍ତରାଖଣ୍ଡର ଦୈବୀୟ ଆପଦା ସମିତି ଦ୍ୱାରା ଏହି ସେବାକାର୍ଯ୍ୟ ଚାଲୁ ରହିଲା । ଗୌରୀକୁଣ୍ଡ, ରାମବାଡା,
ସନାରାଟି, ସୋନପ୍ରୟାଗ ସହିତ କେଦାରଘାଟିର ସ୍ଥାନୀୟ ଲୋକମାନେ ନିଜର ବାସଗୃହ ସହିତ ରୋଜଗାର ବି ହରାଇଥିଲେ. ବଂଚିବା ପାଇଁ କିଛି ବାଟ ଦିଶୁନଥିଲା । ସେତେବେଳେ ସମିତି ଦ୍ୱାରା ଥଇଥାନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ମଧ୍ୟ ଚାଲୁଅଛି । ସମିତିର ସଂଗଠନ ମନ୍ତ୍ରୀ ରାଜେଶ ଥପଲିୟାଲଙ୍କ ମାଧ୍ୟମରେ ଜଳପ୍ରଳୟରେ ଅନାଥ ହୋଇଥିବା ୬-୧୨ ବର୍ଷର ୨୦୦ ପିଲା ପାଇଁ ନେବାଡ଼, ଲକ୍ଷେଶ୍ୱର, କୋଟିଆଁଲୋନୀ ଗୁପ୍ତକାଶୀରେ ୪ ଟି ଛାତ୍ରାବାସ ଚାଲୁଅଛି । ଏବେ ବି କିଛି ଗାଁରେ ବିଜୁଳି ଆସିପାରିନାହିଁ. ସେଠାରେ ସୋଲାର ଲ୍ୟାମ୍ପ ଦିଆଯାଇଅଛି. ପିଡୀତ ଗାଁରେ ପାଠ ପଢିବା ପାଇଁ ମାସକୁ ୧୦୦୦ ତାଙ୍କ ଭତ୍ତା ଦିଆଯାଉଅଛି. ଉଷାଡା, ସ୍ଥାନଟେ ସମେତ ୮ଟି ଗାଁରେ ଚିକିତ୍ସାଲୟ ସେଣ୍ଟର ଖୋଲାଯାଇଛି । କେବଳ ଏତିକି ନୁହେଁ ପିଲାଙ୍କୁ ପଢ଼ାଇବା ପାଇଁ ପ୍ରାଥମିକ ଶିକ୍ଷା ପାଇଁ ୪ଟି ଶିଶୁ ମନ୍ଦିର ଓ ୮ଟି ସଂସ୍କାର କେନ୍ଦ୍ର ଚାଲୁଅଛି । ନାରାୟଣ କୋଟାରେ ୩୦ଟି ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ପ୍ରାରମ୍ଭ ହୋଇଛି. ଯେଉଁଠି ପିଡୀତ ପରିବାରର ଚିକିତ୍ସା ମାଗଣାରେ କରାଯାଉଛି । ଚାରି ବର୍ଷରେ ସମସ୍ତେ ଏହି ପ୍ରଳୟକୁ ଭୁଲିଗଲେ କିନ୍ତୁ ସଂଘର ସ୍ୱୟଂସେବକ ଏବେବି ଥଇଥାନ କାର୍ଯ୍ୟରେ ଲାଗି ରହିଛନ୍ତି ।
ଯୋଗାଯୋଗ କରନ୍ତୁ |:=
ରାଜେଶ ଥାପଲିୟାଲ
9410196581
नियमित अपडेट के लिए सब्सक्राईब करें।