सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ଘରେ ଘରେ ଖେଳିବେ ବାଲ ଗୋପାଲ – ସବରୀ ସେବା ସମିତି (ମହାରାଷ୍ଟ୍ର)

ମହାରାଷ୍ଟ୍ର

parivartan-img

ଅଢେଇ ବର୍ଷର ଶିଶୁ ଓଜନ ମାତ୍ର 6 କି.ଗ୍ରା. ଆଖି ଦେଖି ଅଟକି ରହିଗଲା ତା ପାଖରେ   ହୃଦୟ ଈଶ୍ଵରଙ୍କ ଠାରେ ସେ ଶିଶୁର ଜୀବନ ପାଇଁ ପ୍ରାର୍ଥନା  କରୁଥିଲା କିନ୍ତୁ ମସ୍ତିଷ୍କ ଜବାବ ଦେଇ ସାରିଥିଲା ରାତି ହେଉ ହେଉ ଖବର ମିଳିଲା କି ସେ କୁନି ଶିଶୁ ଆଉ ଦୁନିଆଁରେ ନାହିଁ କଥା ଗୋଟଏ ଛୁଆର ଥିଲା ପ୍ରତ୍ୟେକ ବର୍ଷ କୁପୋଷଣର ଶିକାର ହେଉଥିବ 70ରୁ 80 ପିଲା ମହାରାଷ୍ଟ୍ର କର୍ଯତ୍ ତହସିଲର ବନବାସୀ କ୍ଷେତ୍ରରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ କେଉଁ ପ୍ରକାର ଏହି ପିଲାମାନଙ୍କୁ ସୁପୋଷଣ ଦେଇ ଦେଶର ଭବିଷ୍ୟତ ବଞ୍ଚାଯିବ?

ରାଷ୍ଟ୍ରୀୟ ସ୍ଵୟଂସେବକ ପ୍ରମୋଦ ବସନ୍ତକୁ ଏହି ପ୍ରଶ୍ନ ଏପରି ବିଚଳିତ କରିଦେଲା କି ସେ ବିଷୟରେ ଗଭୀର ଭାବେ କାର୍ଯ୍ୟକରିବାକୁ ନିଷ୍ପତ୍ତି ନେଇଥିଲେ ଅନେକ ବର୍ଷ ପର୍ଯ୍ୟନ୍ତ କଲ୍ୟାଣ ଆଶ୍ରମରେ ପୂର୍ଣ୍ଣକାଳୀନ ଭାବରେ ରହି ପ୍ରମୋଦଜୀ ଆଶ୍ରମ ଦ୍ଵାରା ବନବାସୀ କ୍ଷେତ୍ରର ପରିସ୍ଥିତିକୁ ଭଲ ଭାବରେ ବୁଝି ସାରିଥିଲେ ସ୍ଵତନ୍ତ୍ର ରୂପରେ କୁପୋଷଣକୁ ଦୂର କରିବା ପାଇଁ 2003 ମସିହାରେ ସବରୀ ସେବା ସମିତି ସ୍ଥାପନା କଲେ ନିଜ ପତ୍ନୀ ଶ୍ରୀମତୀ ରଞ୍ଜନା ପ୍ରମୋଦଙ୍କ ସହ ମିଶି କର୍ଯତ୍ ଜିଲ୍ଲାର କିଛି ଗାଁରେ ଦୁଇ ମାସର ପାଞ୍ଚ ବର୍ଷ ପର୍ଯ୍ୟନ୍ତ 700 କୁପୋଷିତ  ପିଲାଙ୍କୁ ଚିହ୍ନଟ କଲେ ସେହି ପିଲାଙ୍କ ସ୍ଵଚ୍ଛତା, ନିୟମିତ ଚିକିତ୍ସା, ପୋଷ୍ଟିକ ଆହାର (ଯେଉଁଥିରେ ଡାଲି, ବାଦାମ, ନାଗଲି, ନିଡିଆ ତେଲ, ଗାଈ ଦେଶୀ ଘିଅ ଇତ୍ୟାଦି) ନିଃଶୁଳ୍କ ପ୍ୟାକେଟ ବିତରଣ କଲେ ଏବଂ ଏହା ସହିତ ଗର୍ଭବତୀ ମହିଳାଙ୍କ ପୋଷଣ ଉପରେ ମଧ୍ୟ ଧ୍ୟାନ ଦେଲେ ଏହା ସହିତ ପିଲାଙ୍କ ଅଭିଭାବକମାନଙ୍କୁ ମଧ୍ୟ ଶିକ୍ଷିତ କରାଗଲା


            ପରିଣାମ ଅତି ଆଶ୍ଚର୍ଯ୍ୟ ଜନକ ଥିଲା 2002 ମସିହାରେ ଯେଉଁଠି ଏହି ତହସିଲରେ 70 ରୁ 80 ପିଲା ପ୍ରତିବର୍ଷ କୁପୋଷଣର କାରଣରୁ ମୃତ୍ୟୁ ମୁଖରେ ପଡୁଥିଲେ, ସେଠି 2008 ମସିହାରେ ଏହାର ସଂଖ୍ୟା 3 ରୁ 4 ରେ ସୀମିତ ହୋଇଗଲା ଏହାର ଅର୍ଥ ଏପର୍ଯ୍ୟନ୍ତ 20 ହଜାର ଲୋକଙ୍କ ଜୀବନ ବଞ୍ଚାଯାଇ ପରିଛି ରାଇଗଡ,ପାଲଘର, ଥାଣେ, ନନ୍ଦୂଵାର, ଧୁଲେ, ଜଲଗାଁ, ସେନ୍ଧଵା, ଦାଦରନଗରହାବେଲୀ(କେନ୍ଦ୍ର ଶାସିତ) 8ଟି ଜିଲ୍ଲାରେ ବନବାସୀ କ୍ଷେତ୍ରରେ ଗାଁବାସୀଙ୍କ ସହାୟତା କରୁ କରୁ ସବରୀ ସେବା ସମିତି 1600 ରୁ ଅଧିକ ଗାଁରେ କାର୍ଯ୍ୟକରୁ ଅଛି ଯେଉଁଥିରେ ବନବାସୀ କ୍ଷେତ୍ରରୁ 47 ଜଣ କାର୍ଯ୍ୟକର୍ତ୍ତା ଯୋଡି ହୋଇ ଅଛନ୍ତି 


            ଜୀବନ ସହିତ ସମସ୍ୟା ଅନବରତ ଚାଲି ରହେ ବନବାସୀ କ୍ଷେତ୍ରରେ ମାତାପିତା ବିଲରେ ମଜୁରୀ କରି ପେଟ ଭରି ଦିଅନ୍ତି କିନ୍ତୁ ପିଲାଙ୍କୁ ପାଠ ପଢେଇବା, ଲେଖେଇବାରେ ତାଙ୍କର ଆଗ୍ରହ ଥାଏ ସବରୀ ସେବା ସମିତି 2006 ମସିହା ଠାରୁ ସରକାରୀ, ବେସରକାରୀ ବିଦ୍ୟାଳୟ ଏବଂ ଗାଁରେ ଅନେକ ଶୈକ୍ଷିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ପ୍ରତ୍ୟେକ ଜନ୍ମାଷ୍ଟମୀରେ  ପୁସ୍ତକ ହାଣ୍ଡି ପ୍ରାରମ୍ଭ କଲେ ଏହି ଅନ୍ତର୍ଗତ ପିଲାଙ୍କୁ ରାମାୟଣ, ମହାଭାରତ ଏବଂ ଅନେକ ନୈତିକ ଶିକ୍ଷାର ପୁସ୍ତକକୁ ନିଃଶୁଳ୍କ ବିତରଣ କରାଯାଏ କର୍ଯତ୍ ତହସିଲର କଂସେଲେ ଗାଁରେ ଏକ ନିଃଶୁଳ୍କ ଛାତ୍ରାବାସ ଅଛି, ଯେଉଁଠାରେ 35 ଜଣ ଛାତ୍ର ଅଧ୍ୟୟନ ରତ ଏତିକି ନୁହେଁ, କିଶୋରୀମାନଙ୍କ ପାଇଁ ଶିକ୍ଷଣୀୟ ଶିବିର ଏବଂ ମହିଳାମାନଙ୍କ ପଢିବା ପ୍ରତି ଜାଗୃତ ଆଣିବା ପାଇଁ ଗ୍ରାମରେ 10ଟି ନିଃଶୁଳ୍କ ପୁସ୍ତକାଳୟ ମଧ୍ୟ ଖୋଲାଯାଇ ଅଛି


            ବନବାସୀ କଲ୍ୟାଣ ଆଶ୍ରମର ଅଖିଳ ଭାରତୀୟ ସହ ମହିଳା ପ୍ରମୁଖ ଶ୍ରୀମତୀ ରଞ୍ଜନା କହନ୍ତି କି, ଦୁଇଟି ଗୋଡ ଥିବା ବିକଳାଙ୍ଗ ନିର୍ମଳାଙ୍କ ବିଭାଘର ହୋଇ ପାରୁ ଥିଲା କିନ୍ତୁ ସିଲେଇ ସେଣ୍ଟରରୁ ତାଲିମ ନେଇ ସେ ନିଜେ ନିଜ ଗୋଡରେ ଛିଡାହେଲା ପରେ ତାଙ୍କର ବିବାହ ହୋଇ ପାରିଥିଲା  ଆଜି ବିବାହ ପରେ ଘର ଖର୍ଚ୍ଚରେ ନିଜ ସ୍ଵାମୀଙ୍କୁ ପୁରା ସହଯୋଗ କରି ପାରୁଛନ୍ତି 

            ସୁର୍ବାଣୀ ଗାଁର କବିତା ଯିଏ କି ସିଲେଇ ତାଲିମ ନେଇ ନିଜର ବୁଟିକ୍ ଖୋଲି ପାରିଛି ଏବଂ ପତୀଙ୍କ ନୂଆ ଟ୍ୟାକସୀ ବ୍ୟାପାର ଚାଲୁ କରିବା ପାଇଁ ନିଜ ଜମା ପୁଞ୍ଜିରୁ 35 ହଜାର ଟଙ୍କା ବ୍ୟାଙ୍କରେ ଜମା କରି ପାରିଛନ୍ତି କିଛି ଏହିଭଳି କାହାଣୀ ଅଞ୍ଜଳୀ ମଧ୍ୟ  6 ବର୍ଷ ପୂର୍ବରୁ ମୃତ୍ୟୁ ପରେ ଅଞ୍ଜଳୀ ସିଲେଇ କେନ୍ଦ୍ରରୁ ତାଲିମ ନେଇ ଆଜି ସେ ସିଲେଇ କେନ୍ଦ୍ରରେ ସିଲେଇ ଶିକ୍ଷାଉଛନ୍ତି ଏବଂ ନିଜ ବୁଟିକ୍ ମଧ୍ୟ ଚଳାଉଛନ୍ତି ଏହି ପ୍ରକାର ଦଶ ଦଶଟି ସିଲେଇ କେନ୍ଦ୍ର ଚାଲୁଛି,ଯେଉଁଥିରୁ 750 ଜଣ ମହିଳା ପ୍ରଶିକ୍ଷଣ ନେଇଛନ୍ତି ଏବଂ 480 ଜଣ ମହିଳା ନିଜେ ସ୍ଵାବଲମ୍ବୀ ହୋଇ ପାରିଛନ୍ତି


            ଅସମର୍ଥ ବ୍ୟକ୍ତିଙ୍କ ପାଇଁ ଛୋଟ ସାହାଯ୍ୟ ମଧ୍ୟ ତାଙ୍କ ଜୀବନକୁ ସ୍ଵାଭୀମାନ ସହିତ ମଜଭୁତ ହୋଇ ଛିଡା ହେବା ପାଇଁ ବହୁତ ସହାୟକ ହୋଇଥାଏ ଦୁଇ ହାତରେ ବିକଳାଙ୍ଗ ସୁରେଶ ପାଦବୀ ପାଇଁ ନିଜ ଖର୍ଚ୍ଚ ତୁଲାଇ ମଧ୍ୟ ବହୁ କଷ୍ଟ ଦାୟକ ଥିଲା କିନ୍ତୁ ଆଜି ସେ ନିଜ ସହିତ ନିଜ ପରିବାରର ଭରଣ ପୋଷଣ ତୁଲାଉଛନ୍ତି ଗୋଟେ ଛୋଟ ତେଜରାତି ଦୋକାନ ଯାହା 4 ବର୍ଷ ପୂର୍ବରୁ ସବରୀ ସେବା ସମିତି ତରଫରୁ ମଳିଥିଲା ଆଜି ଏହା ତାଙ୍କ ଜୀବନର ଆଧାର ଏହି ପ୍ରକାର ପାଖାପାଖି 460 ଜଣ ବିକଳାଙ୍ଗ ଏବଂ ନେତ୍ରହୀନ ଲୋକଙ୍କୁ ସବରୀ ସେବା ସମିତି ଦ୍ଵାରା ଅନେକ ପ୍ରକାର ସହଯୋଗ କରାଯାଉଛି

            ବନବାସୀ ପାହାଡି କ୍ଷେତ୍ରରେ ସାଧାରଣତଃ ବ୍ୟକ୍ତି କୃଷି ଉପରେ ନିର୍ଭର କରନ୍ତି କିନ୍ତୁ ପାଣିର ସମସ୍ୟା ତାଙ୍କ ଜୀବନର ବଡ ସମସ୍ୟା ହୋଇଯାଏ ସମିତିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଏହି କ୍ଷେତ୍ରରେ ମଧ୍ୟ ସୁଜବୁଝ ଯୋଜନା ବଦ୍ଧ ହୋଇ କାର୍ଯ୍ୟ କରାଯାଉଛି ସତପୁରା ଭଳି ଅନେକ କ୍ଷେତ୍ରକୁ ମିଶାଇ 950 ଏକର ଚାଷ ଜମିରେ ସିଞ୍ଚନର ବ୍ୟବସ୍ଥା ସବରୀ ସେବା ସମିତି ଦ୍ଵାରା କରାଯାଇଛି ବୃକ୍ଷ ରୋପଣକୁ ପ୍ରେରୀତ କରିବା ସହିତ ଧଡଗାଁଵ, ଜଵହାର, ଅକଳକୁବା ତହସିଲରେ ପାଖାପାଖି 20 ହଜାର ଆମ୍ବ ଅନ୍ୟାନ୍ୟ ଫଳଗଛ, 50 ହଜାର ଶାଗୁଆନ ବୃକ୍ଷ ରୋପଣ କରି ପରିବାରକୁ ଆତ୍ମ ନିର୍ଭର ବନିବା ପାଇଁ ପ୍ରେରିତ କରାଯାଉଛି

            ସିଞ୍ଚନ ପାନୀୟ ଜଳର ସମସ୍ୟାକୁ ଦେଖି ଗ୍ରାମବାସୀଙ୍କ ସହ ମିଶି 32 ଟି କୂଅ, କେଉଁଠି ନଳକୂପ, କେଉଁଠି ପାଣିଟାଙ୍କି ଆଉ କେଉଁଠି ସିମେଣ୍ଟ ବନ୍ଧ ନିର୍ମାଣ କରାଯାଇଛି ଏହି ପ୍ରକାର ସେବା ସମିତି ଦ୍ଵାରା ସିଞ୍ଚନ, କୃଷି, ଫଳବଗିଚା ଇତ୍ୟାଦି ଦ୍ଵାରା ପାଖା ପାଖି 5000 ପରିବାର ରୋଜଗାର ପାଇଁ ଆତ୍ମ ନିର୍ଭର ହୋଇ ଅଗ୍ରସର ହେଉଛନ୍ତି

            ନିଜ ପାଇଁ ସମସ୍ତେ ବଞ୍ଚନ୍ତି କିନ୍ତୁ ନିଜ ଦେଶବାସୀଙ୍କ ପାଇଁ ସମ୍ପୂର୍ଣ୍ଣ ଜୀବନ ସମର୍ପଣ କରିଦେବା ଏତେ ସହଜ ନୁହେଁ ପ୍ରକୃତରେ ପ୍ରେରଣା ଦାୟକ ଏହି ସବରୀ ସେବା ସମିତିର କାର୍ଯ୍ୟ ଯାହା ବନବାସୀ କ୍ଷେତ୍ରରେ ଲୋକଙ୍କ ଜୀବନ ସରଳ କରିବା ସହିତ ତାଙ୍କୁ ଦେଶର ମୂଖ୍ୟ ଧାରାରେ ଯୋଡୁଛି

747 Views
अगली कहानी