सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ନିରନ୍ତର ସାଧନା ପଥ ରେ

ପୁଷ୍ପାଞ୍ଜଳି ପାତ୍ର | ମହାରାଷ୍ଟ୍ର

parivartan-img

ଦେଢ ବର୍ଷର ଗୀତା 6 ମାସର ଆୟୁଷ ଲୋହାର ମା ମମତାରୁ ବଞ୍ଚିତ ଥିଲେ ଚାରି ମାସ ପୂର୍ବରୁ ହିଁ ମା ମୃତ୍ୟୁ ହୋଇଯାଇଥିଲା ଲୋକ ଡାଉନରେ ରିକ୍ସା ଚଳାଉଥିବା ପିତାର ମଧ୍ୟ ରୋଜଗାର ଚାଲିଗଲା  ରାଞ୍ଚିର ପାହନକଚାରେ ପ୍ରତିଦିନ ମଜୁରୀ କରି ଚଳୁଥିବା ଏହି ପରିବାର  ଦୁଇ ଓଳିର ଖାଦ୍ୟ ପାଇଁ ମଧ୍ୟ ଖାଦ୍ୟ ବଣ୍ଟନ କେନ୍ଦ୍ର ଉପରେ ଆଶ୍ରିତ ହୋଇ ରହିଗଲା ବୁଢୀ ଆଈ (ଜୁଲିଆ ମିଞ୍ଜ) ଶିଶୁ ଆୟୁଷ ପାଇଁ କ୍ଷୀର ବଦଳରେ ପୋଡଶୀଙ୍କ ଘରୁ ପେଜ ତୋରାଣି ମାଗି ଚିନି ମିଶାଇ ପିଆଇବା ପାଇଁ ବାଧ୍ୟ ହୋଇଥିଲା ଏହି ବିବଶତା ଯେତେବେଳେ ଶିବାଜୀ ନଗରର ସଂଘ ନଗର କାର୍ଯ୍ୟବାହ ବିଜୟ ସିଂହଙ୍କ ପାଖରେ ପହଞ୍ଚିଲା ସେ ନା କେବଳ ଆୟୁଷ, ରାଞ୍ଚିର ଲୋହରାକଚା , ଭାଭାନଗର, ଚଢରୀ, ରବିଦାସ, ମୁହଲ୍ଲା ବର୍ଦ୍ଧମାନ ହତାର 300 ଜଣ ଶିଶୁଙ୍କ ପାଖକୁ ଲୋକଡାଉନରେ  2 ମାସ ଧରି ଘରେ ଘରେ କ୍ଷୀର ପହଞ୍ଚାଇଲେ ସଂଘର  ସ୍ଵୟଂସେବକମାନେ 


            ନାସିକର କୋଭିଡ ହସ୍ପିଟାଲରେ ଲାଗିଥିବା ଏକ ବୋର୍ଡକରୋନା ପଜିଟିଭର ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ପରିଜନ ସଂଘର ସ୍ଵୟଂସେବକଙ୍କ ସହ ସମ୍ପର୍କ କରନ୍ତୁ ନିଜ ପିରଜନ କାନ୍ଧରେ ଅନ୍ତିମ ଯାତ୍ରା କରିବାର ଆଶାରେ କରୋନା ପଜିଟିଭ ରୋଗୀଙ୍କୁ କେବେ ଭାଇ ସାଜି କେବେ ପୁଅ ସାଜି କେବେ ଝିଅ ସାଜି କାନ୍ଧରେ ନେଇ ଅନ୍ତିମ ସଂସ୍କାର କଲେ ନାସିକର ଜିଲ୍ଲା କାର୍ଯ୍ୟବାହ ମଙ୍ଗେଶ ଭାଇ ଅନେକ ସ୍ଵୟଂସେବକ ପି.ପି. କୀଟ୍ ପିନ୍ଧି ଏହି ଶବଗୁଡିକୁ ମୁଖାଗ୍ନି ଦେବାରେ ସୋନାଲି ବାବକ , ଶୁଭନା ଦେଶାଇ, ଦୀପାଲି ଗଡାଖ ଭଳି ସଂଘର ଭଉଣୀମାନେ ମଧ୍ୟ ନିଜର ସହଯୋଗ ଦେଲେ

            ଯେବେ ସଙ୍କଟ ବଡ ହୋଇଥାଏ ତେବେ ସଂଘର୍ଷ ହିଁ ବଡ ହୋଇଥାଏ ହଜାର କିଲୋମିଟର ଯାଏ ପାଦରେ ଚାଲି ଵାଲି ନିଜ ଗାଁକୁ ଫେରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ବ୍ୟବସ୍ଥାରେ ଯେତେବେଳେ ସରକାର ନିରୁପାୟ ହେଲେ ସେତେବେଳେ ସେବା ଭାରତୀର କାର୍ଯ୍ୟକର୍ତ୍ତା ସ୍ଵୟଂସେବକମାନେ ମୋର୍ଚ୍ଚା ସମ୍ଭାଳି ଥିଲେ ସମଗ୍ର ଦେଶରେ 1778 ସ୍ଥାନରେ 44 ଲକ୍ଷରୁ ବି ଅଧିକ ଶ୍ରମିକ ତାଙ୍କ ପରିବାରକୁ ଭୋଜନ, ପାଣି ବୋତଲ, ଔଷଧ,. ଅନ୍ୟ ଜରୁରୀ ସାମଗ୍ରୀ ଉପଲବ୍ଧ କରାଇଲେ ସଂଘର ଅଖିଳ ଭାରତୀୟ ସହ ସେବା ପ୍ରମୁଖ ରାଜକୁମାରଜୀ ମୋଟାଲେ କହନ୍ତି କି ଏହି ଦେଶ ସମାଜ ଆମ୍ଭମାନଙ୍କର ଏହି ଭାବନାର ସହିତ ପରିସ୍ଥିତି ଯେତେ ଜଟିଳ ହେଲା ସ୍ଵୟଂସେବକମାନେ ସେତିକି ଦାୟିତ୍ଵବାନ ହୋଇ ଏହାର ମୁକାବିଲା କରିଲେ ଡାକ୍ତରଖାନା ମାନଙ୍କରେ ଗମ୍ଭୀର ପରିସ୍ଥିତିରେ ରୋଗୀଙ୍କୁ ରକ୍ତର ଆବଶ୍ୟକତାକୁ ଜରୁରୀ ମନେକରି କୋଭିଡ୍-19 ମହାମାରୀ ସମୟରେ 5 ଜୁନ 2020 ମସିହା ପର୍ଯ୍ୟନ୍ତ 60,229 ଜଣ ସ୍ଵୟଂସେବକ ରକ୍ତଦାନ କରି ସାରିଥିଲେ କୋଭିଡ୍-19 ଉପଚାର କରୁଥିବା ଚିକିତ୍ସାଳୟ ସେବା ବସ୍ତି ସହିତ ହଜାର ସ୍ଥାନରେ ସଫେଇ କାର୍ଯ୍ୟ ସହିତ ସାନିଟାଇଜେସନ କାର୍ଯ୍ୟ ମଧ୍ୟ ସ୍ଵୟଂସେବକମାନେ ତୁଲାଇ ଥିଲେ

           

 ମେରଠର ଆମରୋହି ମେଡିକାଲ ହେଲ୍ପଲାଇନ ହେଉ ବା ସେବା ଭାରତୀର 24 ଘଣ୍ଟିଆ ହେଲ୍ପଲାଇନ ଉତ୍କର୍ଷ ପୀଡିତ ପରିବାରଙ୍କୁ ସବୁ ସମସ୍ୟାକୁ ତତ୍ପରତାର ସହିତ ସମାଧାନ କରାଯାଇଥିଲା ସୁରଟରେ କପଡାର ଫେରି ଲାଗାଉ ଥିବା ନୁର ମହମ୍ମଦକୁ ଏହି ସମୟରେ ଖାଇବା ପିଇବା ମିଳିବା କଷ୍ଟକର ହୋଇ ପଡିଲା ବାଧ୍ୟ ହୋଇ 3 ବର୍ଷର ସନ୍ତାନ ଗର୍ଭବତୀ ସ୍ତ୍ରୀକୁ ସାଥିରେ ନେଇ 1304 କିଲୋମିଟର ଦୂର ନିଜ ଘର ଅମେଠୀକୁ ଚାଲି ଚାଲି ଯିବାକୁ ବାହାରି ପଡିଲେ କିନ୍ତୁ ନିଜ ଗାଁ ରାଜ ରାସ୍ତାରେ ହିଁ ପ୍ରଶବ ଆରମ୍ଭ ହୋଇଗଲା ପାଖରେ ହିଁ ରାସନ ବଣ୍ଟନ କରୁଥିବା ସ୍ଵୟଂସେବକ ରବି କାସାର ତାଙ୍କର ସାଥୀମାନେ ତାଙ୍କୁ ସାହାଯ୍ୟ କରି ସୁରକ୍ଷିତ ପ୍ରଶବ କରାଇଲେ ନଗରର ପୂର୍ବ ସଂଘଚାଳକ . ବିକାଶ ଭୋଲେଙ୍କ ମାତୃସେବା ହସ୍ପିଟାଲରେ ସମୁଚିତ ଚିକିତ୍ସା ମଧ୍ୟ କରାଇଲେ

            କରୋନାର କାରଣରୁ ଚାରିଦିଗରେ ଭରି ରହିଥିବା ଭୟକୁ ପାରିକରି ସ୍ଵୟଂସେବକମାନେ କର୍ତ୍ତବ୍ୟ ନିଷ୍ଠାର ସହିତ ଅନେକ ସେବାଯାତ୍ରା ପୂର୍ଣ୍ଣ କରିଛନ୍ତି ପରବର୍ତ୍ତୀ ସେବାଯାତ୍ରା ସେବା ଗାଥାର ପରବର୍ତ୍ତୀ ଅଙ୍କରେ

367 Views
अगली कहानी