सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ତପସ୍ଵୀ- ବାଲାସାହେବ ଦେଶପାଣ୍ଡେ

ପୁଷ୍ପାଞ୍ଜଳୀ ପାତ୍ର | ଯଶପୁର | ଛତିଶଗଡ

parivartan-img

ଭାନଭାସୀ କଲ୍ୟାଣ ଆଶ୍ରମଙ୍କ ପିତା ବାଲାସାହେବ ଦେଶପାଣ୍ଡେ |

ଆଜକୁ 74 ବର୍ଷ ପୂର୍ବେ ଏକ ଯୁବକ 706 କିଲୋମିଟର ଦୂରତା ଅତିକ୍ରମ କରି ନାଗପୁରରୁ ଜଶପୁର ପହଞ୍ଚିଥିଲେ। ଏହି ଯାତ୍ରା  ସାମାନ୍ୟ ଯାତ୍ରା ନ ଥିଲା। ଏକ ସମୃଦ୍ଧ ସାଂସ୍କୃତିକ ପରିବେଶର ପ୍ରତୀକ ନାଗପୁରରୁ ସାଂସ୍କୃତିକ ଅସ୍ମିତାକୁ ନେଇ  ସଙ୍କଟରେ ଥିବା ଯଶପୁରକୁ ଏହା ଏକ ଐତିହାସିକ ଯାତ୍ରା ଥିଲା। ରାଷ୍ଟ୍ରୀୟ ସ୍ୟଂସେବକ ସଂଘର ପ୍ରଥମ ପିଢୀର ସ୍ୟଂସେବକ ବାଲାସାହେବ ଦେଶପାଣ୍ଡେ 1908ରେ ତତ୍କାଳୀନ  ମଧ୍ୟପ୍ରାନ୍ତ (ବର୍ତ୍ତମାନ ଛତିଶଗଡ)ର ଦୁର୍ଗମ ବନବାସୀ କ୍ଷେତ୍ର ଯଶପୁରର ବନବାସୀମାନଙ୍କୁ  ଶିକ୍ଷିତ କରି ସେମାନଙ୍କୁ ନିଜ ସଂସ୍କୃତି ସହିତ ପରିଚିତ କରି ନିଜର ଆତ୍ମ ଗୌରବକୁ ଫେରାଇବା ପାଇଁ ସେଠାକୁ ଯାଇଥିଲେ। ଯଶପୁରକୁ କେନ୍ଦ୍ର କରି ସେ ଅରାଷ୍ଟ୍ରୀୟ ତତ୍ତ୍ମାନଙ୍କ ମଧ୍ୟରେ ରହି ବନବାସୀଙ୍କର କଲ୍ୟାଣ ପାଇଁ ଏକ ମହତ କାର୍ଯ୍ୟ ସଂପନ୍ନ କରିଥିଲେ। ପ୍ରଥମେ ଶାସନରେ ଥିବା ଲୋକଙ୍କ ସହିତ ମିଶି ଓ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ତନ୍ତ୍ରଭାବେ କାର୍ଯ୍ୟକରି ବନବାସୀଙ୍କୁ ଶିକ୍ଷିତ କରିବା ନିଜ ମୂଳ ସଂସ୍କୃତି ସହିତ ଯୋଡି ହୋଇ ରହିବାକୁ ଅନବରତ କାର୍ଯ୍ୟ ସାଧନା କରି ଚାଲିଥିଲେ। ଏହି ସାଧନାକାଳ ମଧ୍ୟରେ ଦେଶର ସବୁଠୁ  ବଡ ବନବାସୀ ସଂଗଠନ ବନବାସୀ କଲ୍ୟାଣ ଆଶ୍ରମର ଜନ୍ମ 1952 ମସିହାରେ ହୋଇଥିଲା। ଆଜି ସାରା ଦେଶରେ ବନବାସୀଙ୍କ ପାଇଁ 19398 ଟି ସେବା ପ୍ରକଳ୍ପ ଚାଲୁଛି।  ଏହି କଲ୍ୟାଣ ଆଶ୍ରମର ଜନକ ବାଲାସାହେବ ଦେଶପାଣ୍ଡେଜୀ ଥିଲେ ଜଣେ ନିଷ୍କାମ କର୍ମଯୋଗୀ ।


ପରମପୂଜ୍ୟ ଦେବରସ ଜୀ ଏବଂ ରାଜା ବିଜୟ ଭୂଷଣ ସିଂହ ଜୁଦେବ ଜୀ ଙ୍କ ସହିତ ବାଲାସାହେବ

ଯାହାଙ୍କ ବୀଣା ବାଦନର ଧ୍ନୀ ସମସ୍ତଙ୍କ ମନକୁ ମୋହି ନେଉଥିଲା। ସେହି ବାଲାସାହେବଙ୍କ ଜନ୍ମ 1913 ମସିହା 26 ତାରିଖରେ ମହାରାଷ୍ଟ୍ରର ଅମରାବତୀ ରେ ହୋଇଥିଲା। ଶ୍ରୀ କେଶବ ଦେଶପାଣ୍ଡେ ଓ ଶ୍ରମତୀ ଲକ୍ଷ୍ମୀବାଇଙ୍କ ସୁପୁତ୍ର ରମାକାନ୍ତ (ବାଲାସାହେବ) ଯେଉଁ ଇତିହାସ ରଚି ଯାଇଛନ୍ତି ତାକୁ ସଂଘର ଆଗାମୀ ଅନେକ ପିଢୀ ନିଜର କାର୍ଯ୍ୟ ରଚନା ଓ ଯୋଜନାର ଆଧାର କରିଚାଲିବେ।

ରମାକାନ୍ତ ପିଲା ଦିନରୁ ହିଁ ମନ ଲଗାଇ ପାଠ ପଢୁଥିଲେ। ନାଗପୁରରୁ M.A. LLB  ଶିକ୍ଷା ପ୍ରାପ୍ତପରେ ଯୋଗାଣ ଅଧିକାରୀ ଭାବେ ଚାକିରୀ କରିଥିଲେ। କିନ୍ତୁ ଏକ ମାମଲାରେ ସରକାରଙ୍କ ଠାରୁ ନ୍ୟାୟ ନ ପାଇ କ୍ଷୁବ୍ଧ ହୋଇ ଚାକିରୀ ଛାଡି ଦେଇଥିଲେ ଏବଂ ନିଜର ଓକିଲାତି ଆରମ୍ଭ କରିଥିଲେ। ଯାହାଙ୍କୁ କିଛି ମହତ କାର୍ଯ୍ୟ କରିବାର ଥାଏ ତାଙ୍କ ଜୀବନ କେବେ ହେଲେ ସାଧାରଣ ଲୋକଙ୍କ ଭଳି ବିତି ନ ଥାଏ।

ନିଶ୍ଚିତ ଭାବେ ଏହି କାରଣରୁ ନିଜର ପ୍ରତିଷ୍ଠିତ ଓକିଲାତିକୁ ମଧ୍ୟ ଛାଡିଦେଇ ସେ ଏକ ଆହ୍ବାନ ମୂଳକ କାର୍ଯ୍ୟକୁ ସ୍ୀକାର କରିଥିଲେ। ସେ ପ୍ରସିଦ୍ଧ ସମାଜସେବୀ ବଣିକରଜୀଙ୍କ ଆହ୍ାନରେ ଏବଂ ସଂଘର ତତ୍କାଳୀନ ସରସଂଘଚାଳକ ସଦାଶିବ ଗୋଲବାରକର (ଗୁରୁଜୀ)ଙ୍କ ସହମତିରେ ଏକ ମହାନ ଉଦ୍ଦେଶ୍ୟ ନେଇ ଯଶପୁରରେ “Backward area Development Officer”  ହୋଇ ପହଞ୍ଚି ଥିଲେ।

ବନବାସୀ କଲ୍ୟାଣ ଆଶ୍ରମର ପୂର୍ବତନ ଅଖିଳ ଭାରତୀୟ  ସଂଗଠନ ମନ୍ତ୍ରୀ ଗୁଣବନ୍ତ ସିଂହ କୋଠାରି କହନ୍ତି ଯେତେବେଳେ ବାଲାସାହେବ ଯଶପୁରରେ ପହଞ୍ଚିଥଲେ ସେତେବେଳେ ବନବାସୀ ସମାଜ ନିଜର ଅସ୍ମିତା ଓ ଅସ୍ତିତ୍ ରକ୍ଷା ପାଇଁ ସଂଘର୍ଷ କରି ଚାଲିଥିଲେ।  ସ୍ାଧୀନତା ପରେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ପଣ୍ଡିତ ରବିଶଙ୍କର ଶୁକ୍ଳାଙ୍କ ସରକାର ମଧ୍ୟ ନକ୍ସଲବାଦୀଙ୍କ ଉପଦ୍ରବ ସମୟରେ ବିବଶ ହୋଇ ଯାଇଥିଲା। ବନବାସୀସମାଜ ନିଜର ପରମ୍ପରାକୁ ଭୁଲି ଯାଇଥିଲେ। ତା ସହିତ ଦେଶପ୍ରତି ବିଦ୍ରୋହର ଭାବନା ମଧ୍ୟ ତାଙ୍କ ମଧ୍ୟରେ ଜନ୍ମ ନେଇଥିଲା। ଏହି ସମାଜକୁ ନିଜର ପରମ୍ପରା ସହିତ ଯୋଡି ରଖିବା ପାଇଁ ସେବା ମାଧ୍ୟମରେ ତାଙ୍କୁ ନିଜର କରି ତାଙ୍କ ବିଶ୍ାସ ପୁନଃପ୍ରାପ୍ତ କରିବାକୁ ପଡିବ। ଗୁରୁଜୀଙ୍କ ଏହି ବାକ୍ୟକୁ ଆଧାର କରି ବାଲାସାହେବ 1948 ମସିହାରେ ଯଶପୁରରେ ଶିକ୍ଷା ମାଧ୍ୟମରେ ନିଜର କାର୍ଯ୍ୟ ପ୍ରାରମ୍ଭ କରିଥିଲେ। ପ୍ରବାହ ବିରୁଦ୍ଧ ରେ ପହଁରିବା ଅପେକ୍ଷା ପ୍ରବାହର ମାର୍ଗ ଦର୍ଶନ  କରିବାକୁ ସେ ଉଚିତ ମନେ କରିଥିଲେ।

ମାତ୍ର ଏକ ବର୍ଷ ମଧ୍ୟରେ ଶାସନ ସହାୟତାରେ ସେ 100 ପ୍ରାଇମେରୀ ସ୍କୁଲ ଏବଂ  8 ମିଡିଲ ସ୍କୁଲ ଆରମ୍ଭ କରିଥିଲେ। ଏହି ପାଠଶାଳାମାନଙ୍କ ପାଇଁ ସ୍ୟଂ  ସୁସ୍ଥ ବଳବାନ ଏବଂ ଚରିତ୍ରବାନ ଶିକ୍ଷକମାନଙ୍କୁ ନିଯୁକ୍ତ କରିଥିଲେ। ଶିକ୍ଷା କ୍ଷେତ୍ରରେ ଚାଲିଥିବା Church Monopoly କୁ ସମାପ୍ତ କରିବାରେ ବାଲାସାହେବ ବନବାସୀଙ୍କୁ ନିଜର ଧାର୍ମିକ ପରମ୍ପରା ସହ ଯୋଡିବାର ଅଭିଯାନ ଆରମ୍ଭ କରିଥିଲେ। ସେହି ସମୟର ଓରାମ, କଂବର ଜନଜାତି ନେତା ଓ ସାଧୁସନ୍ଥଙ୍କ ସହ ମିଶି ସନାତନ ଧର୍ମ ସଭାର ସ୍ଥାପନା କରିଥିଲେ।

ଯଶପୁର ଏବଂ ଆଖପାଖ ଗାଁର ବିଭିନ୍ନ ସ୍ଥାନରେ ଭଜନ ମଣ୍ଡଳୀ ଗଠନ କରି ସଂକୀର୍ତ୍ତନ ଆରମ୍ଭ କରିଥିଲେ। ଯଦ୍ବାରା ମାତ୍ର ଏକ ବର୍ଷ  ମଧ୍ୟରେ ଚମତ୍କାରୀ ପରିବର୍ତ୍ତନ ହୋଇ ପାରିଥିଲା। 


ଜାତୀୟ ଭାନଭାସୀ କେଦା ମହୋତ୍ସବରେ ବାଲାସାହେବ |

କୁନକୁରୀରେ ନିଜ କ୍ଷେତ୍ରରେ ଯେଉଁ ବନବାସୀମାନେ ମୁଖ୍ୟମନ୍ତ୍ରୀ ପଣ୍ଡିତ ରବିଶଙ୍କର ଶୁକ୍ଳଙ୍କୁ  ମଧ୍ୟ ପଶିବାକୁ  ଦେଇ ନ ଥିଲେସେହି ବନବାସୀମାନେ 1949 ମସିହାରେ କାଂସାବେଲରେ  ଠକ୍କରବାବାଙ୍କୁ ଭାରତମାତା କୀ ଜୟଧ୍ନୀ ସହିତ ପୁଷ୍ଫ ବର୍ଷା କରି ଢୋଲ ବଜାଇ ସ୍ାଗତ କରିଥିଲେଏହି ଯୁବ କାର୍ଯ୍ୟକର୍ତ୍ତାଙ୍କର ଅସଲ ପରୀକ୍ଷା  ଆରମ୍ଭ ହେଲା1951 ମସିହାରେ, ଯେତେବେଳେ  ପ୍ରଥମ ନିର୍ବାଚନ ପରେ ନିର୍ବାଚିତ ତତ୍କାଳୀନ ସରକାର ବନବାସୀ କଲ୍ୟାଣ ପ୍ରତି ପୂର୍ଣ୍ଣତଃ ଉଦାସୀନ ହୋଇଗଲେ।  ବାଲାସାହେବଙ୍କୁ କୌଣସି ପ୍ରକାର ସହଯୋଗ ମିଳିବା ବନ୍ଦ ହୋଇଥିଲା। ବାଧ୍ୟହୋଇ ଚାକିରୀରୁ ତ୍ୟାଗପତ୍ର ଦେଇ ପୁନଃ ଓକିଲାତି ଆରମ୍ଭ କରିବାକୁ ନିର୍ଣ୍ଣୟ ନେଇଥିଲେ। ସେତେବେଳେ ବାଲାସାହେବ ପରମପୂଜ୍ୟ ଗୋଲାଲକର ଜୀଙ୍କ ସହିତ ସାକ୍ଷାତ କରିଥିଲେ ଏବଂ  ଆଗକୁ କାର୍ଯ୍ୟକରିବାକୁ ଦିଶା ନିର୍ଦେଶ ଲାଭକଲେ। ସାମାଜିକ କାର୍ଯ୍ୟ କେବଳ ସରକାରଙ୍କ ଭରସାରେ ହୁଏ ନାହିଁ,   ସଂସ୍ଥା ରେଜିଷ୍ଟ୍ରର କରି ନିଜେ ବନବାସୀ କଲ୍ୟାଣ କାର୍ଯ୍ୟକୁ ବଢାନ୍ତୁ। ଗୁରୁଜୀଙ୍କ ଏହି ଉପଦେଶକୁ ନିଜର ଲକ୍ଷ୍ୟ ବନେଇ ପୁନଃ ଯଶପୁରକୁ ଯାତ୍ରା କରିଥିଲେ।

ସେତେବେଳେ ସେ ଏକା ନ ଥିଲେ। ତାଙ୍କ ସହିତ ଖଣ୍ଡ ବା ବିଭାଗ ପ୍ରଚାରକ ମୋରୁଭାଇ କେତକରଜୀ ମଧ୍ୟ ଥିଲେ। ବାଲାସାହେବ ଏବଂ ମୋରୁଭାଇ ସାଇକେଲରେ ଘୋର ଜଙ୍ଗଲ ଭିତରେ ଦୂର ଦୂର ପର୍ଯ୍ୟନ୍ତ ଯାଇ ବନବାସୀ ସମାଜର ଲୋକଙ୍କୁ ଆପଣେଇବା ପାଇଁ ଘର ଘର ବୁଲି ସଂପର୍କ ସ୍ଥାପନ କରିଥିଲେ।  ଏହି କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ଯଶପୁରର ଦେଶୀୟ  ରାଜା ଭୂଷଣସିଂହ ଜୁଦେବ ଏହି କାର୍ଯ୍ୟ ପାଇଁ  ନିଜ ପୁରୁଣା ମହଲର ଦୁଇଟି କୋଠରି ଦାନ କରିଥିଲେ। ଏତିକି ନୁହେଁ ଏହି ସମାଜର କଲ୍ୟାଣ କାର୍ଯ୍ୟ ଅଟକି ନ ଯାଉ ସେଥିପାଇଁ ମହାରାଜା ସମୟ ସମୟରେ ଧନରାଶିର ବ୍ୟବସ୍ଥା ମଧ୍ୟ କରିଥିଲେ। 1952 ମସିହା ଡିସେମ୍ବର 26 ତାରିଖ ଏକ ଐତିହାସିକ ଦିନ  ଯେଉଁଦିନ ରାଜା ସାହେବ ପୁରୁଣା ମହଲକୁ ବନବାସୀ କଲ୍ୟାଣ ଆଶ୍ରମର ପ୍ରଥମ ଛାତ୍ରାବାସ ଭାବେ ସ୍ଥାପନ କରିଥିଲେ। ସମସ୍ୟା ଅସଂଖ୍ୟ ଥିଲା କିନ୍ତୁ ଏହି ତପସ୍ ସାଧକ ସର୍ବଦା ନିଜ ନିଶ୍ଚୟରେ ଅଟଳ ରହିଥିଲେ। ବନବାସୀ କଲ୍ୟାଣ ଆଶ୍ରମର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ପ୍ରେମାନନ୍ଦ ପେଣ୍ଠକର କହନ୍ତି କି ଯେତେବେଳେ 13ଟି ଛାତ୍ରଙ୍କୁ ନେଇ ଏହି ଛାତ୍ରାବାସ ଆରମ୍ଭ ହେଲା ସେତେବେଳେ ଏହି ପିଲାମାନଙ୍କୁ ଭୋଜନ କରାଇବା ମଧ୍ୟ ବହୁ କଷ୍ଟକର  ବ୍ୟାପାର ଥିଲା। ଅଧିକାଂଶ ଖର୍ଚ୍ଚ ବାଲାସାହେବ ନିଜ ଆୟରୁ କରୁଥିଲେ।


ସ୍ଚ୍ଛନ୍ଦ ବନବାସୀ ବାଳକଙ୍କୁ ଅନୁଶାସନରେ ବାନ୍ଧି ରଖିବା ବହୁ କଷ୍ଟକର ଥିଲା। କିନ୍ତୁ ନିଜର ଆତ୍ମୀୟତାଭରା ବ୍ୟବହାର ଦ୍ାରା ବାଲାସାହେବ ଏବଂ ମୋରୁଭାଇ ଏମାନଙ୍କୁ ବ୍ୟବସ୍ଥିତ  ଦିନଚର୍ଯ୍ୟା ଏବଂ ସଂସ୍କାରିତ ଶିକ୍ଷାର ଅଭ୍ୟାସ କରାଇ ଥିଲେ   ଧୀରେ ଧୀରେ ଛାତ୍ରାବାସରେ ଛାତ୍ରମାନଙ୍କ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଲା। ଏହି କଠିନ ମାର୍ଗ ରେ ବାଲାସାହେବଙ୍କ ସହଧର୍ମିଣୀ ପ୍ରଭାବତୀ ଦେବୀ ତାଙ୍କୁ ଅନେକ ସହଯୋଗ କରି ଆସୁଥିଲେ। ବାଲାସାହେବଙ୍କ ଛୋଟ ପୁତ୍ର ସତୀଶଜୀ କହନ୍ତି ତାଙ୍କ ମାଆ ପ୍ରଭାବତୀ ଦେବୀଙ୍କୁ ସମସ୍ତ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟକର୍ତ୍ତା ଆଈକହି ସମ୍ବୋଧନ କରୁଥିଲେ।

ଦିନ ଗଡି ଚାଲିବା ସହିତ  ବନବାସୀ କଲ୍ୟାଣ ଆଶ୍ରମ ପ୍ରତି ବାଲାସାହେବଙ୍କ ସଂକଳ୍ପ ଅଧିକ ଦୃଢ ହୋଇ ଯାଇଥିଲା। ଏହି ମହତ କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ନିରନ୍ତର ପ୍ରବାସ ଏବଂ ନୂଆ କାର୍ଯ୍ୟକର୍ତ୍ତାଙ୍କୁ ଯୋଡିବା ଜରୁରୀ ଥିଲା। ସେଥିପାଇଁ ବାଲାସାହେବ ଓ ମୋରୁଭାଇ  ହିଂସ୍ରକ ପ୍ରାଣୀଙ୍କ ମଧ୍ୟରେ ଘୋର ଜଙ୍ଗଲରେ ବିନା ବାହନରେ 25 କି.ମି. ପର୍ଯ୍ୟନ୍ତ ସାଇକେଲ ଚଲାଇ ବନବାସୀଙ୍କ ନିକଟରେ ପହଞ୍ଚୁ ଥିଲେ ଏବଂ ଏହି କାର୍ଯ୍ୟର ମହତ୍ତ୍ ବୁଝାଉଥିଲା। 1956 ମସିହାରେ ବିଧିବଦ୍ଧ ଭାବରେ ବନବାସୀ କଲ୍ୟାଣ ଆଶ୍ରମ ଏକ  ସଂସ୍ଥା ରୂପରେ ପଞ୍ଜିକୃତ ହୋଇଥିଲା। ଏହି ସମୟ ବେଳକୁ ଅନେକ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଆଶ୍ରମ ସହିତ ସଂପୃକ୍ତ  ହୋଇ ସାରିଥିଲେ। ଅନେକ କାର୍ଯ୍ୟାଳୟ ମଧ୍ୟ ଆରମ୍ଭ ହୋଇ ସାରିଥିଲା। କିନ୍ତୁ ନିୟତିର ଖେଳ ଥିଲା ଅଲଗା 1962 ମସିହାରେ କଲ୍ୟାଣ ଆଶ୍ରମର ପୂରୁଣା ଘର ଟଳି ପଡିଲା। ଏହି ସମୟରେ ମହାରାଜା ବିଜୟଭୂଷଣ ସିଂହ ଜୁଦେବ ପୁନଃ ଈଶ୍ରଙ୍କ ରୂପଧରି ଆସିଲେ ଏବଂ ନିଜର 4 ଏକର ଜମି ବନବାସୀ କଲ୍ୟାଣ ଆଶ୍ରମକୁ ଦାନ ସ୍ରୂପ ଦେଲେ। ଏହି ଜମିରେ ଆଶ୍ରମର ଏକ ବିଶାଳ ଭବନ ତିଆରି କରା ଗଲା। ଯେଉଁଠି ଆଜି ମଧ୍ୟ କଲ୍ୟାଣ ଆଶ୍ରମର ମୁଖ୍ୟାଳୟ ଅବସ୍ଥିତ। ଏହି ଭବନରେ ଆୟୁର୍ବେଦିକ ଚିକିତ୍ସାଳୟର ଆରମ୍ଭ ସହିତ ବାଲାସାହେବଙ୍କ ଯୋଜନା ଶିକ୍ଷା ପରେ ସ୍ାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପାଦ ଥାପି ଥିଲା।

ବାଲାସାହେବ ଜାଣିଥିଲେ ବନବାସୀ ସମାଜକୁ ସାଥୀରେ ଆଣିବାକୁ ହେଲେ ଏହି ସମାଜର ସନ୍ଥଙ୍କୁ କଲ୍ୟାଣ ଆଶ୍ରମ ସହିତ ଯୋଡିବାକୁ ହେବ। ସେଥିପାଇଁ ବନବାସୀ କଂବର ସମାଜର ସନ୍ଥ ପୂଜ୍ୟ ଗହିରା ଗୁରୁଜୀ ମହାରାଜାଙ୍କ ହାତରେ ଏହି ଭବନ ଉଦ୍ଘାଟନ କରାଇ ଥିଲେ ଏବଂ କଂବର ସମାଜକୁ ସ୍ନେହ ସୂତ୍ରରେ ବାନ୍ଧିଥିଲେ।

କଲ୍ୟାଣ ଆଶ୍ରମର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଅତୁଲ ଜୀ ଜୋଗଙ୍କ ଅନୁଭୁତି କୁହେ-  କଲ୍ୟାଣ ଆଶ୍ରମ ଯାତ୍ରାରେ ଅନେକ ଉତ୍ଥାନ ପତନ ଥିଲା। କିନ୍ତୁ ଯାତ୍ରା ଥିଲା ଲୋକ ମଙ୍ଗଳର  ଯାତ୍ରା ସେଥିପାଇଁ କାର୍ଯ୍ୟକର୍ତ୍ତାମାନେ ଯୋଡି ହୋଇ ଚାଲିଲେ ଏବଂ କାର୍ଯ୍ୟ ଆଗକୁ ବଢିଚାଲିଲା। ଦକ୍ଷିଣ ବିହାର(ଝାଡଖଣ୍ଡ)ର ଲୋହରଦଗା, ଓଡିଶାରେ ବାଲିଶଂକରା, ମଧ୍ୟପ୍ରଦେଶର ସେଂଧବାରେ ଆଶ୍ରମର ନୂଆ ଛାତ୍ରାବାସ ଆରମ୍ଭ ହୋଇଥିଲା।  ବାଲାସାହେବଙ୍କ ତପସ୍ୟାର ଫଳ ସ୍ରୂପ 1969 ମସିହା ପର୍ଯ୍ୟନ୍ତ ଦେଶରେ 14 ଟି ଜିଲ୍ଲା ଏବଂ 39ଟି ଗାଁ ପର୍ଯ୍ୟନ୍ତ ଆଶ୍ରମ ପହଞ୍ଚି ପାରିଥିଲା। ମଧ୍ୟ ପ୍ରଦେଶରେ ବନବାସୀ କଲ୍ୟାଣ ପରିଷଦ ମଧ୍ୟ ସ୍ଥାପିତ ହୋଇସାରିଥିଲା।  କାର୍ଯ୍ୟ ଯେତେ ଆଗକୁ ବଢି ଚାଲିଥିଲା ବାଲାସାହେବଙ୍କ ପ୍ରବାସ ମଧ୍ୟ ସେତିକି ବଢି ଚାଲିଥିଲା। ପ୍ରତ୍ୟେକ କେନ୍ଦ୍ରକୁ ପହଞ୍ଚିବା କାର୍ଯ୍ୟକର୍ତ୍ତାଙ୍କ ମନୋବଳକୁ ବଢାଇବା ଏବଂ ନିରନ୍ତର ଯୋଜନା ପାଇଁ ବୈଠକ କରିବା ବାଲାସାହେବଙ୍କ ଜୀବନ ଚର୍ଚ୍ଚାର ଅଙ୍ଗ ହୋଇ ଯାଇଥିଲା। ସେହି ସମୟରେ ଆସିଲା ଆପାତକାଳ   । ସ୍ାଧୀନତା ସଂଗ୍ରାମରେ ବ୍ରିଟିଶ  ସରକାରଙ୍କ ବିରୁଦ୍ଧରେ ରାମଟେକର ବୋମା କାଣ୍ଡରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ

 ହୋଇମଧ୍ୟ ବାଲାସାହେବ ଜେଲ ଯିବାରୁ ବର୍ତ୍ତୀ ଯାଇଥିଲେ ମାତ୍ର ଆପାତକାଳରେ ବାଲାସାହେବଙ୍କୁ ମଧ୍ୟ ଜେଲ ଯିବାକୁ ପଡିଥିଲା। 1975 ମସିହାରେ ଗିରଫ କରି ପ୍ରଥମେ ରାୟଗଡ ଏବଂ ପରେ ରାୟପୁର ଜେଲରେ 19 ମାସ ପର୍ଯ୍ୟନ୍ତ ବାଲାସାହେବଙ୍କୁ ରଖାଯାଇଥିଲା। ତତ୍କାଳୀନ ସରକାରଙ୍କ ଦମନକାରୀ ନୀତି ଯୋଗୁଁ କଲ୍ୟାଣ ଆଶ୍ରମର କାର୍ଯ୍ୟକର୍ତ୍ତାଙ୍କୁ ଜେଲରେ ରଖାଯାଇଥିଲା।  ତା ସହିତ ସରକାର ଥସାବରନ୍ ଆଶ୍ରମର ଜମିକୁ ଲେଣ୍ଡ ସିଲିଂ ଏକ୍ଟଅନୁସାରେ ସିଜ କରିଥିଲେ ଏବଂ ସମ୍ପତ୍ତିକୁ ମଧ୍ୟ ନଷ୍ଟ କରିଥିଲେ। ଛାତ୍ରାବାସର ପିଲାମାନଙ୍କୁ ମଧ୍ୟ ଘରକୁ ପଠାଇ ଦେଇଥିଲେ। କିନ୍ତୁ ସ୍ର୍ଣ୍ଣ ଯେମିତି ଅଗ୍ନିରେ ତପ୍ତ ହୋଇ ଅଧିକ ଉଜ୍ଜ୍ ଦେଖାଯାଏ ସେମିତି ବାଲାସାହେବ ଜେଲରୁ ଆସିଲା ପରେ ଅଧିକ ଲୋକପ୍ରିୟ ହୋଇଗଲେ।

               ଆପାତକାଳ ପରେ ସଂଘ ରାମଭାଇ ଗୋଡବୋଲେ ଏବଂ ଏପରି ଅନେକ ପ୍ରଚାରକଙ୍କୁ କଲ୍ୟାଣ ଆଶ୍ରମର କାର୍ଯ୍ୟବିସ୍ତାର ବିସ୍ତାରକ ଦାୟିତ୍ ନେଇଥିଲେ। ବାଲାସାହେବ ସମସ୍ତ ଦେଶ ଭ୍ରମଣ କରି ଏହି କାର୍ଯ୍ୟକୁ ଦେଶବ୍ୟାପୀ କରିଥିଲେ।  ସେ ପୂର୍ବାଞ୍ଚଳ ରାଜ୍ୟର ପିଲାମାନଙ୍କୁ ଦେଶର ସାଂସ୍କୃତି  ଗୌରବ ସହିତ ପରିଚିତ କରାଇ ତାଙ୍କ ମଧ୍ୟରେ ରାଷ୍ଟ୍ରଭାବ ଜାଗ୍ରତ କରାଇବା ପାଇଁ ଛାତ୍ରାବାସର ସ୍ଥାପନାର ଶୃଙ୍ଖଳା ଆରମ୍ଭ କରିଥିଲେ।

               ବନବାସୀ କଲ୍ୟାଣ ଆଶ୍ରମର ଜନକ ବାଲାସାହେବଙ୍କ 71ତମ ଜନ୍ମ ଦିବସ ସାରା ଦେଶରେ ପାଳିବା ପାଇଁ ଆଶ୍ରମ ନିର୍ଣ୍ଣୟ କରିଥିଲା। ସାରା ଦେଶରେ ବାଲାସାହେଙ୍କ ଅଭିନନ୍ଦନ କାର୍ଯ୍ୟକ୍ରମ ହୋଇଥିଲା ଏବଂ ନିଧି ଭେଟ ଦିଆଯାଇଥିଲା। ଯାହାର ଉପଯୋଗ ଭବିଷ୍ୟତରେ ଆଶ୍ରମର ବିଭିନ୍ନ ପ୍ରକଳ୍ପର ସଞ୍ଚାଳନରେ ହୋଇଥିଲା।

               ବନବାସୀ ପ୍ରତିଭାକୁ ଦେଶରେ ପରିଚିତ କରାଇବା ପାଇଁ ବାଲାସାହେବ ଏକଲବ୍ୟ ଖେଳ ପ୍ରକଳ୍ପର ସ୍ଥାପନା କରିଥିଲେ। ଏହି ପ୍ରକଳ୍ପ ଦ୍ାରା  ଦେଶକୁ ସ୍ନାମୀ ତୀରଂଦାଜ ଏବଂ ଗୋଲ୍ଡ ମେଡାଲିଷ୍ଟ ଖେଳାଳୀ ମିଳିଛନ୍ତି ସଂଘ ସଂସ୍ଥାପକ . ହେଡ୍ଗୋରଙ୍କ ଜନ୍ମ ଶତାବ୍ଦୀ ବର୍ଷରେ ବାଲାସାହେବଙ୍କ ଅଥକ ପ୍ରୟାସ ସ୍ରୂପ ଛତିଶଗଡର ନକ୍ସଲ ପ୍ରଭାବିତ କ୍ଷେତ୍ର ବସ୍ତରରେ 30 ହଜାର ବନବାସୀଙ୍କ ଏକ ବିରାଟ ସମ୍ମିଳନୀ ସମ୍ପନ୍ନ ହୋଇଥିଲା।

               ବାଲାସାହେବ କହୁଥିଲେ କୌଣସି ଏକ କାର୍ଯ୍ୟର ବିସ୍ତାର ପାଇଁ ପ୍ରକଳ୍ପ ଯେତିକି ମହତ୍ପୂର୍ଣ୍ଣ   ତା ଠାରୁ ଅଧିକ ମହତ୍ପୂର୍ଣ୍ଣ ହେଉଛି ପ୍ରକଳ୍ପ ପାଇଁ ବାତାବରଣ ନିର୍ମାଣ କରିବା ଏବଂ  ସେ ଜୀବନସାରା ଏହା କରିଆସିଥିଲେ।

               ଶରୀର କ୍ଷୀଣ ହୋଇ ଆସୁଥିଲା ତଥାପି ସେ 1979 ମସିହାରୁ 1993 ମସିହା ପର୍ଯ୍ୟନ୍ତ ସାରା ଦେଶରେ ପ୍ରତ୍ୟେକ ପ୍ରକଳ୍ପକୁ ପ୍ରବାସରେ ଯାଇ କାର୍ଯ୍ୟକର୍ତ୍ତାଙ୍କ ସହିତ ବୈଠକ କରୁଥିଲେ।  ଏକ ବନବାସୀ ଯୁବକ ଛାଇ ସାଜି  ଶେଷ 20 ବର୍ଷ ବାଲାସାହେବଙ୍କ ସହିତ ସାରା ଦେଶ ବୁଲିଥିଲେ। ବନବାସୀ କଲ୍ୟାଣର ଏହି ମହତ କାର୍ଯ୍ୟକୁ ବାଲାସାହେବ ମଧ୍ୟ ଏକ  ବନବାସୀଙ୍କୁ ହିଁ ହସ୍ତାନ୍ତର କରିବାକୁ ଚାହିଁଥିଲେ।

               1993 ମସିହାରେ କଟକରେ ସମ୍ପନ୍ନ ହୋଇଥିବା ଅଖିଳ ଭାରତୀୟ ସମ୍ମେଳନରେ ଜଗଦେବ ରାମ ଓରାଂବଙ୍କୁ କଲ୍ୟାଣ ଆଶ୍ରମର ନେତୃତ୍ ଦେଇ ବାଲାସାହେ ନିଜେ ନିପଥ୍ୟରେ ଚାଲିଗଲେ।

               21 ଅପ୍ରେଲ 1995 ମସିହାରେ ଅନ୍ତିମ ଯାତ୍ରାକୁ ପ୍ରସ୍ଥାନ କରିବା ସମୟରେ ଏହି ବନଯୋଗୀଙ୍କ ଆଖିରେ ଅସୀମ ତୃପ୍ତି ଥିଲା କାରଣ ଗିରି, ପର୍ବତ ଏବଂ ଜଙ୍ଗଲରେ ରହୁଥିବା ବନବାସୀ ସମାଜ ଜାଗୃତ ହୋଇଥିଲା ଏବଂ ନିଜର ସାଂସ୍କୃତିକ ପରିଚୟ ସେମାନଙ୍କ ପାଇଁ ଏକ ଗର୍ବର ବିଷୟ ହୋଇଥିଲା

166 Views
अगली कहानी