सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ଅଳ୍ପକେ ବଞ୍ଚିଲେ ନିରୀହ ଶିଶୁ

ଡ.ସନାତନ ସାମନ୍ତରାୟ | ଇନ୍ଦୋର | ମଧ୍ୟପ୍ରଦେଶ

parivartan-img

ବେସହାରା ରୋଗୀଙ୍କ ଜୀବନ ପାଇଁ ଆଶାର କେନ୍ଦ୍ର ସେବାଭାରତୀ ପ୍ରକଳ୍ପ ।

ଯେତେବେଳେ ନିଆଁ ବିକଟାଳ ରୂପ ଧାରଣ କରେ  ମଣିଷ ଅସହାୟ ହୋଇଯାଏ ।  କିନ୍ତୁ ବେଳେବେଳେ ମନୁଷ୍ୟର ସାହସ ଆଗରେ ନିଆଁ ମଧ୍ୟ ହାର ମାନିଥାଏ । 23 ନଭେମ୍ବର 2017,  ଦିନ ଟି ଇନ୍ଦୋର (ମଧ୍ୟପ୍ରଦେଶ) ର ସର୍ବ ବୃହତ ସରକାରୀ ଡାକ୍ତରଖାନା ନିମନ୍ତେ  ଇତିହାସରେ କଳା ଅକ୍ଷରରେ ଲେଖା ହୋଇଥାନ୍ତା, ଯଦି କିଛି ଦେବଦୂତ  ନିଜ ଜୀବନକୁ ବିପଦରେ ପକାଇ 48 ଜଣ ପିଲାଙ୍କୁ ନିଆଁରେ ପୋଡି ଯିବାରୁ ଉଦ୍ଧାର କରିନଥାନ୍ତେ  । ଶିଶୁ ଜରୁରୀକାଳୀନ ାର୍ଡରେ ନିଆଁ ଲାଗି ସବୁକିଛି ଜଳିପୋଡି ପାଉଁଶ ହେବା ପୂର୍ବରୁ ତିନି ଜଣ ଲୋକ ାର୍ଡର ଗ୍ଲାସ୍  ଭାଙ୍ଗି ପିଲାମାନଙ୍କୁ ବାହାରକୁ ଆଣିବା ଆରମ୍ଭ କରିଥିଲେ। ସେମାନଙ୍କୁ ଦେଖି ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।  ଦିନେଶ ସୋନି, ରମେଶ ବର୍ମା ଏବଂ ଗଜେନ୍ଦ୍ର ରସିଲ, ଏହି ତିନିଜଣ ଡାକ୍ତରଖାନାର ଗରିବ ରୋଗୀଙ୍କ ପାଇଁ ସେବା ଭାରତୀର ସେବା ପ୍ରକଳ୍ପର କାର୍ଯ୍ୟକର୍ତ୍ତା ଥିଲେ। ସେବା ଭାରତୀ ତରଫରୁ  ବିଭିନ୍ନ ଡାକ୍ତରୀ ପରୀକ୍ଷଣ ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ଗରିବ ଏବଂ ଅସହାୟ ରୋଗୀଙ୍କୁ ସମସ୍ତ ସହାୟତା ଯୋଗାଇବା ପାଇଁ ଇନ୍ଦୋର ହସ୍ପିଟାଲ ପରିସରରେ ସେବା ଭାରତୀ ସେବା ପ୍ରକଳ୍ପ  ଗତ ତିନି ବର୍ଷ ଧରି ପରିଚାଳିତ ହେଉଛି।  ଏହି ପ୍ରକଳ୍ପ ଅଧୀନରେ, ସାହାରା ାର୍ଡର ପ୍ରତ୍ୟେକ ଗରିବ ରୋଗୀଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରାଯାଇଥାଏ ।


ଅନେକ ଶିଶୁ ଙ୍କ ଜୀବନ ରକ୍ଷା  କଲେ ସେବାଦୂତ 

ଯେତେବେଳେ 23 ନଭେମ୍ବର ଦିନ ର କଥା ମନେପଡେ ଗଜେନ୍ଦ୍ର ରସିଲ ଭାବପ୍ରବଣ ହୋଇଯାଆନ୍ତି ।  ନିଆଁଲାଗିବା ଚିତ୍କାର ଶୁଣି ସେ ଯେତେବେଳେ ତାଙ୍କର ଦୁଇ ସାଙ୍ଗଙ୍କ ସହ ାର୍ଡ ନିକଟରେ ପହଞ୍ଚିଲେ ସେଠାରେ କୋଳାହଳ ସହ, ପିଲାମାନେ ଭୟଭୀତ ହୋଇ ଚିତ୍କାର କରୁଥିଲେ, ପରିଜନ ମାନଙ୍କ ଅବସ୍ଥା ଖରାପ ଥିଲାସମୟ ନଷ୍ଟ ନକରି ଏ ତିନିଜଣ କାଚ ଭାଙ୍ଗି ଆଇସିୟୁରେ ପ୍ରବେଶ କରିଥିଲେ। ସେମାନେ ପିଲାମାନଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଥିଲେ ଏବଂ ଜଣ ଜଣ କରି  48 ଶିଶୁଙ୍କୁ ନିଆଁରୁ ଉଦ୍ଧାର କରାଯାଇଥିଲା।  ପ୍ରୋଜେକ୍ଟ ଦାୟିତ୍ରେ ଥିବା ମହେନ୍ଦ୍ର ଜୈନଙ୍କ ଅନୁଯାୟୀ, ଏଠାରେ ସମ୍ପୃକ୍ତ ସମସ୍ତ କର୍ମଚାରୀ ମାନେ ରୋଗୀଙ୍କ ଯତ୍ନ ନେବା ପାଇଁ ଏକ ସେବାଭାବ ସହିତ ସମୟ ଦିଅନ୍ତି।  ଏହି ପରଦୁଃଖକାତରତା ଭାବ ହିଁ ସେମାନେଙ୍କୁ ନିଆଁକୁ ଆୟତ୍ତ କରିବାକୁ ସାହସ ଦେଇଥିଲା ।  ଏହି ପ୍ରକଳ୍ପ ଅଧୀନରେ, ସେହି ସମସ୍ତ ରୋଗୀଙ୍କର  ମଧ୍ୟ ଯତ୍ନ ନିଆଯାଏ ଯାହାଙ୍କ ପରିବାର ସେମାନଙ୍କୁ ସେବାଭାରତୀ ଦାୟିତ୍ ରେ ଛାଡିଥାନ୍ତି । ଏହି ପ୍ରକଳ୍ପ ର ନିଜସ୍ ଆମ୍ବୁଲାନ୍ସ ଅଛି ଯାହା 24 ଘଣ୍ଟା ସେବା ଦେବା ସହିତ ରୋଗୀଙ୍କ ପାଇଁ ଇନ୍ଦୋରର ସବୁ ଅଞ୍ଚଳରେ ପହଞ୍ଚି ଥାଏ ।

ଯୋଗାଯୋଗ : ମହେନ୍ଦ୍ର ଜୈନ

ଯୋଗାଯୋଗ ନମ୍ବର: 9425053953

201 Views
अगली कहानी