सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ବିନାସରୁ ବିକାଶ ର ଗାଥା ,ଲଦାଖ

ପୁଷ୍ପାଞ୍ଜଳି ପାତ୍ର | ମହାରାଷ୍ଟ୍ର

parivartan-img

ଦେବଭୂମୀ ଲେ ଲଦାଖ କୌଣସି ବିପତ୍ତିରୁ ଅନଭିଜ୍ଞ ସୁଖ ନିଦ୍ରାରେ ଶୋଇଥିବା ଲୋକମାନଙ୍କ ଉପରେ ଅର୍ଦ୍ଧରାତ୍ରିରେ ବର୍ଷାଜଳ ପ୍ରଳୟର ରୂପନେଇ ଆସିଲା  ହଠାତ୍ 5 ଅଗଷ୍ଟ 2010 ମସିହାକୁ ବାଦଲ ଫାଟିବାରୁ ବନ୍ୟା ରୂପରେ ପାଣି ସଡକ, ବିଲର ସବୁଜ ଫସଲ ନଷ୍ଟକରି ନିଜ ସହିତ ବଡ ବଡ ପଥର ଖଣ୍ଡ ବିଖଣ୍ଡକୁ ନିଜ ସହିତ ବୋହି ନେଇ ଆସିଲା ପ୍ରତ୍ୟୋକ୍ଷ ଦର୍ଶିଙ୍କ କହିବା ଅନୁସାରେ  ଲାଗୁଥିଲା ଯେମିତି ପୁରା ପାହାଡ ପାଣି ସହିତ ତଳକୁ ଖସି ଆସିଛି ନିଦ୍ରାରେ ହିଁ କିଛି ଲୋକ ଘର ସହିତ କିଛି କିଲୋମିଟରକୁ ପାଣି ସହିତ ବୋହି ଯାଇଥିଲେ ସେହି ସମୟର ଆପଦା ପ୍ରବନ୍ଧ ଅଧିକାରୀ ଜିଗମୀତ ତପକା କହନ୍ତି କି, 600 କୋଟି ସମ୍ପତ୍ତି କିଛି ଘଣ୍ଟା ମଧ୍ୟରେ ନଷ୍ଟ ହୋଇଯାଇଥିଲା


କିନ୍ତୁ ଈଶ୍ଵରଙ୍କ କୃପାରୁ ନିକଟରେ ହିଁ ଚଗଲମସରରେ ହେଉଥିଲା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରାଥମିକ ଶିକ୍ଷା ବର୍ଗରେ ଏହି ବିପଦର ଖବର ପହଞ୍ଚିଗଲା ଜମ୍ମୁ କାଷ୍ମୀର ସେବା ଭାରତୀର କ୍ଷେତ୍ର ସଂଗଠନ ମନ୍ତ୍ରୀ ଜୟଦେବ ସିଂହ କହନ୍ତି କି, ଶିକ୍ଷା ବର୍ଗକୁ ସେଠାରେ ଶେଷ କରି ସବୁ ସ୍ଵୟଂସେବକ କଷ୍ଟରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଲଦାଖକୁ ବାହାରି ପଡିଲେ ନିଜର ଜୀବନକୁ ବିପଦରେ ରଖି ଏହି ସ୍ଵୟଂସେବକ ମାନେ 27 ଜଣଙ୍କ ପ୍ରାଣ ବଞ୍ଚାଇ ପାରିଥିଲେ ବିପଦର ଥିବା ପରିବାରକୁ ଭୋଜନ, ପାଣି, ଔଷଦ, ମଶାରୀ ବିଛଣା ଆଦିର ତୁରନ୍ତ  ବ୍ୟବସ୍ଥା କରିଥିଲେ


            ଏହା ବ୍ୟତୀତ ସେବା ଭାରତୀ ଲଦାଖ କଲ୍ୟାଣ ସଂଘ ସହ ମିଶି ଲୋକମାନଙ୍କୁ ସ୍ଵାବଲମ୍ବୀ କରାଇବା ପାଇଁ ରୋଜଗାରର ପ୍ରଶିକ୍ଷଣ ଦେବାର କାର୍ଯ୍ୟ ଆରମ୍ଭ କରିଥିଲା

            ପାଞ୍ଚଟି ଘାଟିରେ ଘେରି ରହିଥିବା ଲେହ ଲଦାଖର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ କିନ୍ତୁ 12 ମାସ ସବୁବେଳେ ବରଫ ଘୋଡେଇ ହୋଇ ରହିଥିବା ଲାମାମାନଙ୍କ ଏହି ଭୂମିରେ ସବୁବେଳେ ଥଣ୍ଡା ରହିଥାଏ ଏଣୁ ଏଠାରେ ସ୍ଵାବଲମ୍ବନ ପୁନର୍ବାସ ବହୁତ କଠିଣ କାମ ହୋଇଯାଏ ସେଥିପାଇଁ ଛୋଟ ଛୋଟ ରୋଜଗାରର ସାଧନ ଯୋଗାଇ ଏହାର ଆରମ୍ଭ ହୋଇଥିଲା  ବାରିକକୁ ବାଳ କାଟିବା ପାଇଁ ଚୌକି, ଦରଜୀକୁ ସିଲେଇ ମେସିନ୍ଢାବା ଵାଲାଙ୍କୁ ବାସନ ଆଉ ବଢେଇଙ୍କୁ ଯନ୍ତ୍ର ଦିଆଗଲା ଲଦାଖରେ ଝରଣାର ପାଣିରେ ଚାଲୁଥିବା ରେଣ୍ଟେକ ମେସିନରେ ଗୃହୀଣୀମାନେ ଅଟା ଆଉ ଛତୁଆ ପେସାନ୍ତି ବନ୍ୟାରେ 250 ରେଣ୍ଟେକ୍ ମେସିନ ବୋହି ଯାଇଥିଲା


ସେବା ଭାରତୀ 90 ଜଣ  ଲୋକଙ୍କୁ ରେଣ୍ଟେକ୍ ମେସିନ ଯୋଗାଇ ଦେଇଥିଲା ଏକା ଚଗଲମସରରେ ହିଁ 240 ଜଘ ବହି ଯାଇଥିଲା ଅନେକ ସ୍ଵୟଂସେବୀ ସଂଗଠନମାନେ ଉଦ୍ଧାର କାର୍ଯ୍ୟ ସାରିବା ପରେ ନିଜର ଜିନିଷ ପତ୍ର ନେଇ ଚାଲିଯାଇଥିଲେ କିନ୍ତୁ ସେବା ଭାରତୀ ଏହି ବାସହରା  ଲୋକମାନଙ୍କୁ ଘର ଯୋଗାଇ ଦେବା ପାଇଁ ନିଶ୍ଚୟ କଲା ଏହା ବ୍ୟତୀତ ଚଗଲମସରରେ ବିସ୍ତାପିତ ଲୋକମନଙ୍କ ପାଇଁ ହିଲ କାଉସିଲ ସରକାର ଦ୍ଵାରା ବନା ଯାଉଥିବା ସୋଲାର କଲୋନୀରେ ସେବା ଭାରତୀ ଏକ ମେଡିକାଲ ହେଲଥ ସେଣ୍ଟର ବହୁ ଉଦ୍ଦେଶୀୟୟ ସେବା ଗୃହ ବି ତିଆରି କଲେ ଏଠାକାର ଏକ ମୁଖ୍ୟ ଅଧିକାରୀ ତେନସିଂହ ଦରଯ୍ୟା କହନ୍ତି କି ସେବା ଭାରତୀ ବିପଦରେ ଥିବା 100 ଲୋକଙ୍କୁ ଘର ତିଆରି କରି ପୁନର୍ବାସରେ ସହଯୋଗ କରିଥିଲେ ଆଉ ସରକାରୀ ବଦ୍ୟାଳୟ ପାଇଁ ପୁସ୍ତକ, ସମ ପୋଷାକ ଏବଂ ପାଣି ଟାଙ୍କି ଯୋଗାଇଲେ ବିପଦର ଏହି ସମୟରେ ସ୍ଵୟଂସେବକମାନେ ଚାଷ ଜମିରେ ଜମିଥିବା ପଙ୍କ ଉଦ୍ଧାର କାମ ଠାରୁ ଶବ ସତ୍କାର ଯାଏଁ ସବୁ କାର୍ଯ୍ୟଗୁଡିକୁ କୁଶଳତା ସହିତ ସମ୍ଭାଳି ଥିଲେ ତତ୍କାଳୀନ ବିଭାଗ କାର୍ଯ୍ୟବାହ ବିଜୟ ଚିଗଲମତ୍ତା କହନ୍ତି କି ଏହି ଶାଖାର ସଂସ୍କାର ଥିଲା ଯେଉଁଥି ପାଇଁ ପ୍ରାଥମିକ ଶିକ୍ଷା ବର୍ଗରେ ଆସିଥିବା ସଂଘର ସ୍ଵୟଂସେବକମାନେ ବିନା ସମୟ ନଷ୍ଟ କରି ନିଜ ଜୀବନକୁ ବାଜି ଲଗାଇ ସାହାର୍ଯ୍ୟ କାର୍ଯ୍ୟରେ ଲଗିଲେ ଏବଂ 27 ଜଣଙ୍କ ଜୀବନ ବଞ୍ଚାଇ ପାରିଥିଲେ

            ବିପତ୍ତିତ ଦଶ ବର୍ଷ ପରେ ମଧ୍ୟ ପ୍ରଭାବିତ ପରିବାର ପାଇଁ ଅନେକ ସେବାକାର୍ଯ୍ୟ ନିରନ୍ତର ଚାଲୁଅଛି

ସମ୍ପର୍କଜୟଦେବ ସିଂହ,

ମୋ-91-9418005256

524 Views
अगली कहानी