सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ପ୍ରକୃତି ସଦାସର୍ବଦା ଆମରି ପାଇଁ

ପୁଷ୍ପାଞ୍ଜଳୀ ପାତ୍ର | ଜୋରହାଟ୍ | ଆସାମ

parivartan-img

ଆପଣ କଣ କେବେ ପ୍ରକୃତିର ଧ୍ନୀକୁ ଶୁଣିଛନ୍ତି। ବୃକ୍ଷଲତାର ପତ୍ରର ଧ୍ନୀ କୁହେ ଏହି ପତ୍ରରୁ ଖଲି, ଦନା, ଚଟେଇ ଇତ୍ୟାଦି ସୁନ୍ଦର ବସ୍ତୁ ବନେଇ ଦିଅ , ଫୁଲ କହେ  ନିଜ ଘର, ମନ୍ଦିର, ଅଗଣା ସଜାଇଦିଅ, ବୃକ୍ଷର ଡାଳ କହେ କୁଶଳ କାରିଗର ହୁଅ ଓ ଏହି ସଂସାରରେ ନିଜ କଳାକୁ ପରିଦର୍ଶନ କର । ଏହି ମାଟି କହେ ମୋତେ ଆକାର ଦେଇ  ବ୍ୟବହାରର ବସ୍ତୁ ବନେଇନିଅ ।  ପାହାଡର ପଥର କହେ  ଶିଳ୍ପୀକାର ହୋଇ ମୋତେ ଆକାର ଦିଅ ।ଏହି ସମଗ୍ର ପ୍ରକୃତି ସ୍ୟଂ ସଂପୂର୍ଣ୍ଣ , ପରିପୂର୍ଣ୍ଣ ଓ ଆତ୍ମନିର୍ଭର ଅଟେ। ସେ ସଦାସର୍ବଦା ଆମ୍ଭମାନଙ୍କୁ ଆତ୍ମନିର୍ଭରଶୀଳ ହେବାର ଉପାୟ କହି ଆସୁଛି।


ଆସନ୍ତୁ ଆଜି ଜାଣିବା ଆସାମର ଅଦ୍ଭୁତ ବାମ୍ବୁ କ୍ରାଫ୍ଟ ବିଷୟରେ। ସେବା ଭାରତୀର ପଞ୍ଚଜନ୍ୟ କୁଟୀର ଉଦ୍ୟୋଗ”  ବିଷୟରେ , ଯାହା ବନବାସୀମାନଙ୍କୁ ଜୀବିକାର ଆଧାର ପ୍ରଦାନ କରି ପାରିଛି। 60 ରୁ ଅଧିକ ଗାଁର ଲୋକଙ୍କୁ ଏହାର ଲାଭ ମିଳି ପାରିଛି। ଏହା  2022 ମସିହା ଯାଏ 50 ଲକ୍ଷର ଟର୍ଣ୍ଣଅଭର କରି ପାରିଛି।  ଶହ ଶହ ଲୋକ  ବାଉଁଶରୁ କଳାତ୍ମକ ଜିନିଷ ପ୍ରସ୍ତୁତ କରି ସ୍ଥାନୀୟ ବଜାର, ସୌରାଷ୍ଟ୍ର ମେଳା, ଅପନା ଟ୍ରେଡ ଫେୟାର, ବିହୁମେଳା, ଆସାମ ମେଳା ଇତ୍ୟାଦିରେ ପ୍ରଦର୍ଶନୀର ଲାଭ ଉଠାଇ ନିଜ ଜୀବନ ଜୀବିକାର ପଥରେ ଅଗ୍ରସର ହୋଇ ପାରୁଛନ୍ତି।

ବାମ୍ବୁ କ୍ରାଫ୍ଟ ଏଠାକାର ପ୍ରତ୍ୟେକ ଘରର ସଂସ୍କୃତି ଓ ପରମ୍ପରାର ଅଭିନ୍ନ ଅଂଗ ଅଟେ। ପ୍ରଦର୍ଶନୀ ଗୁଡିକରେ ବାଉଁଶରେ ପ୍ରସ୍ତୁତ ଜିନିଷର ସୁସଜ୍ଜିତ ନୂଆ ନୂଆ ରୂପ   ଦେଖି ଲୋକମାନେ ଆକର୍ଷିତ ହୋଇଥାନ୍ତି। ମନୁଷ୍ୟର ମସ୍ତିଷ୍କ ହେଉଛି ଅସୀମ କଳ୍ପନାର ସାଗର ।


 ଏହା ଶ୍ରୀମାନ ଅବିନାଶଙ୍କ ଠାରୁ ଅଧିକ କିଏ ବା ଜାଣିଛି। ସେ 2009 ମସିହାରୁ ସେବା ଭାରତୀର ସହିତ ଯୋଡି ହୋଇଛନ୍ତି ଏବଂ ସିଏ  ଜିଲ୍ଲା ସଂଯୋଜକ ମଧ୍ୟ। ସେ ପ୍ରଥମେ ନିଜେ ବାଉଁଶରେ ପ୍ରସ୍ତୁତ ବସ୍ତୁର ପ୍ରଶିକ୍ଷଣ ନେଇ ଆତ୍ମନିର୍ଭର ହେଲାପରେ 2022 ମସିହା ପର୍ଯ୍ୟନ୍ତ ହଜାରେରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଯେତେବେଳେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା ସେତେବେଳେ କେବଳ 7/ 8 ପ୍ରକାର ବସ୍ତୁ ହିଁ ପ୍ରସ୍ତୁତ ହେଉଥିଲା। କିନ୍ତୁ ଆଜି ଆସାମରେ ଆୟୋଜିତ ହେଉ ଥିବା ପ୍ରତ୍ୟେକ ପ୍ରଦର୍ଶନୀରେ 20 ରୁ ଅଧିକ ପ୍ରକାରର ବସ୍ତୁ ଦେଖିବାକୁ ମିଳୁଛି।  କଳ୍ପନାରୁ  ଆକାର ନେଇ ଅନେକ ନୂଆ ନୂଆ ପ୍ରକାରର ବସ୍ତୁ ପ୍ରସ୍ତୁତ ହେବାରେ ଲାଗିଛି।

ସେବା ଭାରତୀ ଦ୍ାରା ଆସାମର ଜୋରହାଟର ପଞ୍ଚଜନ୍ୟ କୁଟୀର ଉଦ୍ୟୋଗତରଫରୁ ଅନେକ ଗାଁରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ପ୍ରଶିକ୍ଷଣ ଦିଆଯାଉଛି। ଶ୍ରୀମାନ ଅବିନାଶଙ୍କ ସହିତ ନଗେନ କଳିତା ଓ ରମେନ ହଜାରିକା ମଧ୍ୟ ଅନେକ ସହଯୋଗ କରି ଆସୁଛନ୍ତି। ପାହାଡି ମୂଲକରେ , ଯେଉଁଠାକୁ ରାସ୍ତା ନାହିଁ କି ବିଜୁଳି ନାହିଁ ସେଭଳି ସ୍ଥାନକୁ ଯାଇ ଲୋକଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭର କରୁଛନ୍ତି।


ଜୀବନରେ ସଦା ସର୍ବଦା ସନ୍ଧାନୀ  ହେବା ଉଚିତ।   ଦ୍ାର ଟିଏ ବନ୍ଦ ହେଲେ ବିଭିନ୍ନ ଦ୍ାର ଗୁଡିକ ଖୋଜି ବାହାର କରିବାର ଚେଷ୍ଟା କରିବା ଉଚିତ୍। ମାଜୁଳୀ ଗାଁର ଦିବ୍ୟଜ୍ୟୋତି ନାଥ, ଜୋରହାଟ ଗାଁର ପ୍ରତାପଜ୍ୟୋତି ଚାମାଂଗାଇ ଏମିତି ଅନେକ ପିଲା  ଗ୍ରାଜୁଏସନ କରି ସାରିବା ପରେ ମଧ୍ୟ  ଚାକିରୀ ବିନା ଗରିବ ଅବସ୍ଥାରେ ଦିନ ବିତାଉ ଥିଲେ। ମାଆ ବାପା ଓ ନିଜ  ପରିବାରର ଛୋଟ ଛୋଟ ଆବଶ୍ୟକତା ପୂରଣ  ନ କରିପାରିବାର ଦୁଃଖ  କୁ ନେଇ ଚିନ୍ତିତ  ରହୁଥିଲେ।  ସେବା ଭାରତୀର ଏହି ପ୍ରଶିକ୍ଷଣ ଏମାନଙ୍କ ପାଇଁ ଏବେ ଆଶୀର୍ବାଦ ପ୍ରମାଣିତ ହୋଇପାରିଛି। ଆଜି ସେମାନେ ଦଶ ହଜାର ରୁ ପନ୍ଦର ହଜାର ଟଙ୍କା ରୋଜଗାର କରିପାରୁଛନ୍ତି।

ଭାରତର ଅର୍ଥ ବ୍ୟବସ୍ଥାରେ ଭାରତୀୟ ନାରୀମାନଙ୍କ ଯୋଗଦାନ ରହିଛି କିନ୍ତୁ  ଗୃହିଣୀମାନଙ୍କର ପ୍ରତ୍ୟକ୍ଷ ଭାବରେ କୌଣସି ଆୟ ନାହିଁ। ସେମାନେ  ସଦାସର୍ବଦା ନିଜ ସ୍ାମୀ ଉପରେ ନିର୍ଭରଶୀଳ ହୋଇ ରହନ୍ତି ଆସାମରେ ପ୍ରତ୍ୟେକ ଘରର ମହିଳାମାନେ ବାଉଁଶରେ ବିଭିନ୍ନ ପ୍ରକାରର ଜିନିଷ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଏହି ଜିନିଷଗୁଡିକର ପ୍ରମୋସନ କିପରି ଭାବରେ ହୋଇ ପାରିବ, ସ୍ଥାନୀୟ ବଜାରକୁ କିପରି ପହଞ୍ଚା ଯାଇ ପରିବ ଏହି ସବୁ ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ନ ଥାଏ। ପରିଣାମ ସ୍ରୂପ ତାଙ୍କର ପ୍ରତିଭା ଘରର ଚାରିକାନ୍ଥ ଭିତରେ ରହିଯାଏ। ସେବା ଭାରତୀ ଦ୍ାରା କିଛି ବର୍ଷ ହେବ ଅନେକ ଗାଁ ଯଥା ମାଜୁଲି, ଗୋଲାଘାଟ ଜିଲ୍ଲାର ଅନେକ ସ୍ଥାନରେ ବାମ୍ବୁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ଥିଲା। ସେଥିରେ ପୁରୁଷଙ୍କ ସହିତ ମହିଳାମାନେ ମଧ୍ୟ ଭାଗନେଇ ପ୍ରଶିକ୍ଷଣ ଲାଭ କରିଛନ୍ତି। ସେବା ଭାରତୀ ଦ୍ାରା ସବୁ ପ୍ରଶ୍ନର ସମାଧାନ ପାଇ ପାରିଛନ୍ତି। ଏହି ଯୋଜନା ଦ୍ାରା ସେମାନଙ୍କ ଜିନିଷର ପ୍ରମୋସନ ହୋଇ ପାରିଛି ଏବଂ ବ୍ୟବସାୟ ମଧ୍ୟ ହୋଇ ପାରିଛି। ଆଜି ସେମାନଙ୍କ ମଧ୍ୟରୁ ଜଣେ, ଦୀପଶୀଖା ବରସୁତିଆ ନିଜ କୁଶଳ କାରିଗରୀ ଦ୍ାରା ମାସିକ 10,000 ଟଙ୍କା ମଧ୍ୟ  ଆୟ କରି ପାରୁଛି। ବାଉଁଶ ପ୍ରସ୍ତୁତ ସାମଗ୍ରୀକୁ ଲୋକମାନେ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି।  ଏହା ଦ୍ାରା ମହିଳାମାନେ ଆତ୍ମ ନିର୍ଭର ହୋଇ ନିଜର ସ୍ତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରୁଛନ୍ତି।


ଏକ ଆଦର୍ଶ ଯୋଜନା ହଜାର ଲୋକଙ୍କୁ ରାସ୍ତା ଦେଖାଇ ଥାଏ। ମେଘାଳୟରେ ମଧ୍ୟ 2019 ମସିହାରୁ ସେବା ଭାରତୀ କେନ୍ ଏବଂ ବାମ୍ବୁ କ୍ରାଫ୍ଟଉପରେ କାର୍ଯ୍ୟ କରି ଆସୁଛି। ବାଉଁଶର କଳାତ୍ମକ ସାମଗ୍ରୀ ବନେଇବାରେ ପ୍ରଶିକ୍ଷଣ  ଦେବା ପାଇଁ ନୋନୀପାତା ଗାଁରେ ଏକ ସେଣ୍ଟର ଚାଲୁଅଛି। ଯେଉଁଠାରେ 250 ରୁ ଅଧିକ ବ୍ୟକ୍ତି ପ୍ରଶିକ୍ଷଣ ନେଇ ସାରିଲେଣି ଏବଂ 15ଟି ଗାଁର 200 ରୁ ଅଧିକ ପରିବାରର ଲୋକ ଲାଭାନ୍ିତ ହୋଇ ପାରିଛନ୍ତି।

ସେବା ଭାରତୀର ଗାରୋ ହିଲ୍ସ ବିଭାଗ ସଂଗଠନ ମନ୍ତ୍ରୀ ଜନାର୍ଦନ କୋଚ ବାମ୍ବୁ କ୍ରାଫ୍ଟର ସଂସ୍କୃତି ପରମ୍ପରାକୁ ସମ୍ପୂର୍ଣ୍ଣ ବିଶ୍ସ୍ତରରେ ପହଞ୍ଚାଇବା ପାଇଁ ସର୍ବଦା ତତ୍ପର ଅଛନ୍ତି। ବାଉଁଶର ଏହି କଳାତ୍ମକ ସାମଗ୍ରୀର କୁଶଳୀ କାରିଗରମାନଙ୍କର ସମ୍ମାନ ସ୍ତନ୍ତ୍ର ପରିଚୟ ପାଇଁ ସଦାସର୍ବଦା ମାର୍ଗଦର୍ଶନ କରି ଆସୁଛନ୍ତି। ଏହାକୁ ପ୍ରଚାର କରି ବିଶ୍ସ୍ତରରେ ପହଞ୍ଚାଇବା ପାଇଁ ସେବା ାରତୀ ଦ୍ାରା ଅନେକ ଯୋଜନା ଚାଲୁଛି।

ସମ୍ପର୍କ କରୁନ୍ତୁ ଅବିନାଶ ହାଜାରିକ

ମୋ. ନଂ – 917002113491/ 9435897848

315 Views
अगली कहानी