सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ଚିତାଗ୍ନି - ଭ୍ରାମ୍ୟମାଣ ଅନ୍ତିମ ସଂସ୍କାର ୟୁନିଟ୍

ଡ.ସନାତନ ସାମନ୍ତରାୟ | କେରଳ

parivartan-img

୬ ମାର୍ଚ୍ଚ  ୨୦୧୯ ତାରିଖ ର କଥା ।  କେରଳର ଛୋଟ ଗାଁ ଅଣ୍ଡରକୋନମ୍ ରେ ଜଣେ ବୃଦ୍ଧ ରଙ୍ଗରାଜନ (ପରିବର୍ତିତ ନାମ)  କରୋନାରେ ଜୀବନ  ହାରିଲେ । ବିଡମ୍ବନା ଏଭଳି ଥିଲା ଯେ ପରିବାରବର୍ଗ ଙ୍କୁ ନିଜ ଆତ୍ମୀୟ ଙ୍କ ଚିକିତ୍ସା ନିମେନ୍ତ ହୋଇଥିବା ସଂଘର୍ଷ  ଅପେକ୍ଷା ତାଙ୍କ   ଶବଦାହ କରିବା  ତାଠାରୁ ଅଧିକ କଷ୍ଟକର ହୋଇଥିଲା। ପରିବାର ସଦସ୍ୟଙ୍କ ସମସ୍ତ ଉଦ୍ୟମ ସତ୍  କୌଣସି ଶ୍ମଶାନରେ ଶବଦାହ ପାଇଁ  ତାଙ୍କ ମୃତଦେହକୁ ସ୍ଥାନ ମିଳିପାରି ନଥିଲା ତାପରେ ସେମାନେ ନିଷ୍ଫଳ ହୋଇ ସେବା ଭାରତୀ କେରଳରୁ ସାହାଯ୍ୟ ମାଗିଥିଲେ।  ଫଳସ୍ରୂପ, କିଛି ସମୟ ମଧ୍ୟରେ ଭ୍ୟାନ ଆକାରରେ ଏକ ଭ୍ରାମ୍ୟମାଣ ଶ୍ମଶାନ ୟୁନିଟ୍ ସେମାନଙ୍କ ଦ୍ାରରେ ପହଞ୍ଚିଥିଲା ରଙ୍ଗନାଥନଙ୍କ ସମ୍ପର୍କୀୟମାନେ କେବଳ ଦୁଇଟି ଏଲପିଜି ସିଲିଣ୍ଡର ବ୍ୟବହାର କରି କାର୍ଯ୍ୟକର୍ତ୍ତା ଙ୍କ ସାହାଯ୍ୟରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରିଥିଲେ। ସେବାଇଣ୍ଟରନ୍ୟାସନାଲ ସହାୟତାରେ ପରିଚାଳିତ କେରଳ ସେବା ଭାରତୀର ଏହି ଚିତାଗ୍ନି ପ୍ରକଳ୍ପ ରାଜ୍ୟର 13 ଟି ଜିଲ୍ଲାର ସେଭଳି ପରିବାରମାନଙ୍କ ପାଇଁ ଏକ ବରଦାନ ହୋଇପାରିଛି, ଯେଉଁମାନେ ବାଧ୍ଯବାଧକତାରେ ନିଜ ଘର ପଛପଟରେ ନିଜ ସମ୍ପର୍କୀୟଙ୍କ ଶେଷ ରୀତିନୀତି କରିବାକୁ ବିବଶ ଥିଲେ। କେରଳ ସେବା ଭାରତୀର ଅଧ୍ୟକ୍ଷ କିରଣ କୁମାରଜୀ  କହନ୍ତି ଯେ ଚିତାଗ୍ନି  ଏଭଳି ଏକ ପରିବେଶ ଅନୁକୂଳ ଅନନ୍ୟ ପ୍ରକଳ୍ପ ଯେଉଁଥିରେ ଶବଦାହ ପାଇଁ କାଠ ଆବଶ୍ୟକ ହୋଇନଥାଏ।


ମୃତ୍ୟୁ ସର୍ବଦା ଦୁଃଖ ଆସିଥାଏ । ଯେତେବେଳେ ପରିବାରର କେହି ଜଣେ ଚିରଦିନ ପାଇଁ ବିଦାୟ ନେଇଥାନ୍ତି, ସମଗ୍ର ପରିବାର ଦୁଃଖ ସମୁଦ୍ରରେ ବୁଡ଼ିଯାଏ । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ନିଜ ପରିଜନଙ୍କୁ ସମ୍ପୂର୍ଣ୍ଣ ବିଧିବିଧାନ ଓ ସମ୍ମାନଜନକ ଢ଼ଙ୍ଗରେ ବିଦାୟ ଦେବା  ଏବଂ ରୀତିନୀତି ପାଳନ କରିବା ହିଁ ମଣିଷର ନିୟତି ଅଟେ। କିନ୍ତୁ ବିଡ଼ମ୍ବନା ସେତେବେଳେ ଘଟେ ଯେତେବେଳେ ନିଜର ଆତ୍ମୀୟ ଙ୍କ ଶେଷ କୃତ୍ୟ କରିବା ପାଇଁ ଦୁଇ ଗଜ ଜମି ମଧ୍ୟ ଉପଲବ୍ଧ ହୋଇନଥାଏ ।  କେରଳର ଛୋଟ-ଛୋଟ ବସ୍ତିରେ ରହୁଥିବା ଲୋକମାନେ ଦୀର୍ଘ ବର୍ଷ ଧରି ଏହି ମର୍ମନ୍ତୁଦ ଯନ୍ତ୍ରଣା ଦେଇ ଗତି କରୁଛନ୍ତି । ଏମାନେ ଶବଦାହ ର ଶେଷ କୃତ୍ୟ ପାଇଁ  ଶ୍ମଶାନ ଘାଟରେ ସ୍ଥାନ ପାଆନ୍ତି ନାହିଁ  । ଏଭଳି ପରିସ୍ଥିତିରେ  ନିଜ ପ୍ରିୟଜନଙ୍କୁ ସେମାନଙ୍କର ଛୋଟ ଜମିରେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବାଧ୍ଯ ହେଉ ଥିବା ବେଳେ, କେତେକଙ୍କୁ ଏକ ନିଛାଟିଆ ସ୍ଥାନରେ ଶବଗୁଡ଼ିକର ଶେଷ କୃତ୍ୟ କରିବା ପାଇଁ 10 କିଲୋମିଟର ଦୂର ଯିବାକୁ ପଡିଥାଏ।


କରୋନା କାଳରେ ଏହି ସମସ୍ୟା ଅଧିକ ଉକ୍ତଟ  ହୋଇଯାଇଥିଲା ମୃତ୍ୟୁ ସଂଖ୍ୟା ଏତେ ଅଧିକ ଥିଲା ଯେ  ମୃତଦେହକୁ ନିଜ ଘରେ 3 ଦିନ ରଖିବାକୁ ଲୋକେ ବାଧ୍ୟ ହୋଇଥିଲେ।  ସେତେବେଳେ 2019 ରେ କେରଳ ସେବା ଭାରତୀ ଏଭଳି ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ସେବା ଇଣ୍ଟରନ୍ୟାସନାଲ ସହାୟତାରେ  ଚିତାଗ୍ନି ପ୍ରକଳ୍ପ ଆରମ୍ଭ କରିଥିଲେ। ସ୍ଟାର୍ଟ ଚେୟାର ମେନ୍ୟୁଫେକ୍ଚର ଦ୍ବାରା ଏହି ସ୍ବତନ୍ତ୍ର ଭ୍ରାମ୍ୟମାଣ ଅନ୍ତିମ ସଂସ୍କାର ୟୁନିଟ୍' (ଶବଦାହ ଗୃହ) କେରଳ ସେବା ଭାରତୀ ଦ୍ବାରା ବର୍ତ୍ତମାନ 13 ଟି ଜିଲ୍ଲାର ଅଭାବୀ ତଥା ଗରୀବ ପରିବାରକୁ ଏହି ସେବା ନିଶୁଳ୍କ ' ଯୋଗାଇ ଦିଆଯାଉଛି । ଦକ୍ଷିଣ  କ୍ଷେତ୍ର ର ସେବା ପ୍ରମୁଖ ଶ୍ରୀ ପଦ୍ମାକୁମାର ଜୀ କୁହନ୍ତି ଯେ  କେବଳ ଏହି ଉଦ୍ଦେଶ୍ୟ ପାଇଁ କେରଳର ସେବା ଭାରତୀ ଏକ ପୃଥକ ହେଲ୍ପଲାଇନ ଚଳାଉଛନ୍ତି।  ଯେଉଁଥିରେ ଲୋକମାନେ ଶେଷ କୃତ୍ୟ ଶବଦାହ ପାଇଁ ସାହାଯ୍ୟ ମାଗନ୍ତି । ସେ କହନ୍ତି ଯେ କୌଣସି ଏକ ଦୁର୍ଗମ  ସ୍ଥାନ ହେଉ କିମ୍ବା ସୁଦୂର ବନବାସୀ କ୍ଷେତ୍ର ହେଉ, ଏହି ଭ୍ରାମ୍ୟମାଣ  ଅନ୍ତିମ ସଂସ୍କାର ୟୁନିଟ ବିଳମ୍ବ ନକରି ସେଠାରେ ପହଞ୍ଚିଯାଏ ।

ଯଦି ଆମେ ଇତିହାସ ବିଷୟରେ ଆଲୋଚନା କରିବା, ରାଷ୍ଟ୍ରୀୟ ସଂୟ ସେବକ ସଂଘର କୋଟ୍ଟାୟମ ବିଭାଗର ସଂଘଚାଳକ ଡା. ପି ଚିଦମ୍ବରନାଥ ଏହି ସମସ୍ୟାର ସମାଧାନ ନିମନ୍ତେ 'ଭ୍ରାମ୍ୟମାଣ ସଂସ୍କାର ୟୁନିଟ୍' ପ୍ରତିଷ୍ଠା ପାଇଁ ବର୍ଷ ବର୍ଷ ଧରି ଚେଷ୍ଟା ଜାରି ରଖିଥିଲେ।


ଯେଉଁ କାର୍ଯ୍ୟ ତାଙ୍କ ଜୀବନ କାଳରେ ସମ୍ଭବ ହୋଇପାରି ନ ଥିଲା ତାଙ୍କ ମୃତ୍ୟୁର ଏକ ବର୍ଷ ପରେ, ସେଠାରେ ଥିବା ସ୍ୟଂସେବକ ମାନେ ପ୍ରଥମ 'ମୋବାଇଲ୍ ସଂସ୍କାର ୟୁନିଟ୍' ଆରମ୍ଭ କରି ତାଙ୍କ ଏହି ସ୍ପ୍ନକୁ ପୂରଣ କଲେ   ଚିତାଗ୍ନି, ହେଉଛି  ବିଦ୍ୟୁତିକ ଶବଦାହ ଗୃହର ଏକ ରୂପ । ଏଥିରେ ମୃତ ଦେହକୁ ଜାଳିବା ପାଇଁ କେବଳ ଗୋଟିଏ ଦୁଇଟି L.P.G.  ସିଲିଣ୍ଡର ବ୍ୟବହାର କରାଯାଏ  । କେବଳ 2000 ରୁ 2500 ଟଙ୍କା ଖର୍ଚ୍ଚ ରେ ବିଧିବିଧାନ  ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯାଇଥାଏ  । କେବଳ ଏତିକି ନୁହେଁ, କାଠର ବ୍ୟବହାର ନହେବା କାରଣରୁ ପରିବେଶ ମଧ୍ୟ ସୁରକ୍ଷିତ ରହେ । ଭବିଷ୍ୟତରେ  ଅତ୍ୟନ୍ତ ଗରିବ ପରିବାର ପାଇଁ ସେବା ଭାରତୀ କେରଳ ଦ୍ାରା 13 ଟି ଜିଲ୍ଲାରେ  ପରିଚାଳିତ ଏହି ଯୋଜନାକୁ ଦକ୍ଷିଣ ଭାରତର 100 ଟି ଜିଲ୍ଲାକୁ ବିସ୍ତାର କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।

 

 

296 Views
अगली कहानी