नियमित अपडेट के लिए सब्सक्राईब करें।
ପୁଷ୍ପାଞ୍ଜଳି ପାତ୍ର | ମହାରାଷ୍ଟ୍ର
ମିଠାରାମ ଙ୍କ କଣ୍ଠରୁଦ୍ଧ ହୋଇ ଆସିଲା। ଯେବେ ସେ ଅତିତର ଅନ୍ଧାରରେ ନିଜ ଅଭାବଗ୍ରସ୍ତ ବାଲ୍ୟ ଜୀବନକୁ ବର୍ଣ୍ଣନା କରୁଥିଲେ। ମେହେଶାଣାରେ 8 ବର୍ଷର ବଡଭାଇ, 6 ବର୍ଷର ଛୋଟ ଭାଇ ପିଣ୍ଟୁ ଓ ମାଆଙ୍କ ସହ ରାସ୍ତା ପାଖ ଫୁଟବାଥକୁ ନିଜର ବିଛଣା ଏବଂ ଆକାଶକୁ ନିଜର ଚାଦର ଭାବି ଘୋଡେଇ ହୋଇ ଜୀବନର ଅନେକ ଅବୁଝା ପ୍ରଶ୍ନର ଜବାବ ଖୋଜୁଥାଏ। ପ୍ରତ୍ୟେକ ସକାଳର କିରଣରେ ଅପରାଧ ଓ ନସାର ରେଖାରେ ନିଜକୁ ବଞ୍ଚେଇ ନିଜ ଭାଇର କୁନି କୁନି ହାତକୁ ଭିକ୍ଷା ପାତ୍ର ବନେଇ ସେଥିରେ କିଛି ଗାଳି ଭର୍ତ୍ସନା ଓ କିଛି ପଇସା ଭରି ନେଇଥିଲି। ଆଜି ବି ତାଙ୍କୁ ବିଶ୍ଵାସ ହୁଏ ନାହିଁ କି ଦିନେ ଭିକ୍ଷା ମାଗୁଥିବା ଦୁଇହାତ ଆଜି ବିଲବାଡାର ଦେବ ନାରାୟଣ ହୋଟେଲରେ ସ୍ଵାଦିଷ୍ଟ ଭୋଜନ ବନେଇ ସମସ୍ତଙ୍କୁ ପେଟ ଭରୁଛନ୍ତି। ଜୀବନରେ ଆସିଥିବା ଏହି ଅଦ୍ଭୁତ ପରିବର୍ତ୍ତନ ପାଇଁ ସେ ସଂଘର ସ୍ଵୟଂସେବକ 66 ବର୍ଷ ଶ୍ରୀ ଜୟନ୍ତୀ ଭାଇ ଓ ତାଙ୍କ ପତ୍ନୀ ଅରୁଣା ବେନଙ୍କ ଗୁଣ ଗାଇ ଥକନ୍ତି ନାହିଁ।
ଦେଶରେ ବନ୍ୟା, ଭୁକମ୍ପ ଓ କରୋନା ଭଳି ଅନେକ ଆପଦରେ ଆଗକୁ ହୋଇ ଅନେକ ଦିନ ପର୍ଯ୍ୟନ୍ତ ଆପଦାଗ୍ରସ୍ତ କ୍ଷେତ୍ରରେ ସେବା ଦେଉଥିବା ଗୁଜରାଟ ଏହି ବୃଦ୍ଧ ଦମ୍ପତି ସମସ୍ତଙ୍କପାଇଁ ପ୍ରେରଣା ସ୍ରୋତ। ଯେଉଁ ବୟସରେ ଲୋକ ସାହାରା ଖଜନ୍ତି ଜୀବନର ଏହି ପ୍ରାପ୍ତ ବୟସରେ ଜୟନ୍ତୀ ଭାଇ ଓ ଅରୁଣା ବେନ ମେହେସାନା ଗୁଜରାଟର “ବାଳ ଭିକ୍ଷୁକ ମୁକ୍ତ ଶିକ୍ଷିତ ସମାଜ” କାର୍ଯ୍ୟକ୍ରମ ଚଳାଉଛନ୍ତି।
ଜୟନ୍ତୀ ଭାଇ କହନ୍ତି କି, 2000 ମସିହାରୁ ମେହେସାଣାରେ ଚାଲୁଥିବା ଏହି କାର୍ଯ୍ୟକ୍ରମରେ ଆଜି ପାଖାପାଖି 245 ଟେଣ୍ଟ ହୋଇ ସାରିଛି। ଯେଉଁଥିରେ କେବେ ଭିକ୍ଷା କରୁଥିବା ପିଲାମାନେ ଏବେ ସମାଜର ସହଯୋଗରେ ଏହି ଟେଣ୍ଟରେ ରହି ନିଜର ପାଠ ପଢା ପୁରା କରୁଛନ୍ତି। ଏମାନଙ୍କର ରହିବା, ଖାଇବା ପାଇଁ କୌଣସି ଶୁଳ୍କ ନିଆଯାଏ ନାହିଁ।
ଏଠାରେ ରହୁଥିବା ପିଲା ଅପରାଧ ଓ ଭିକ୍ଷାବୃତ୍ତିର ପଙ୍କରୁ ଦୂରରେ ରହି ନିଜ ଜୀବନକୁ ନୂଆ ପଥ ଦେଉଛନ୍ତି ଓ ଆତ୍ମ ନର୍ଭର ହେଉଛନ୍ତି।
ଗୁଜରାଟର ପ୍ରାନ୍ତ ସେବା ପ୍ରମୁଖ ଅଶ୍ଵନୀ ଜାଡେଚା କହନ୍ତି କି, 1984 ରୁ 1992 ପର୍ଯ୍ୟନ୍ତ ପାଳନପୁରରେ ନଗର କାର୍ଯ୍ୟବାହ ଥିବା ଜୟନ୍ତୀ ଭାଇ ପଟେଲ 2000 ମସିହା ପର୍ଯ୍ୟନ୍ତ ଲଘୁ ଉଦ୍ୟୋଗ ଭାରତୀ ବିଭାଗରେ ନିଜର ସେବା ଦେଲେ। ପାଳନପୁରରେ ଭି ବିବିଧାଲାଖି ବିଦ୍ୟାମନ୍ଦିରର ଅଧ୍ୟକ୍ଷ ରହି ପିଲାମାନଙ୍କ ପ୍ରତି ବହୁତ ସମ୍ବେଦନଶୀଳ ରହିଲେ।
ଅର୍ବାଲି ପର୍ବତ ମାଳାର ତଳହଟିରେ ରହୁଥିବା ବନବାସୀ ପିଲାଙ୍କୁ ତୀର କମାଣ ନେଇ ନର୍ବସ୍ତ୍ର ହୋଇ ରହିବାର ଦେଖି ଏହି ସେବା ଭାବୀ ଦମ୍ପତ୍ତିଙ୍କ ହୃଦୟ ଭରି ଯାଇଥିଲା। ଅରୁଣା ବେନ କହନ୍ତି, ଏହି ସମୟରେ ସବୁ ଭଉଣୀମାନଙ୍କ ଠାରୁ ମାସକ 10 ରୁ 500 ଭଉଣୀଙ୍କ ଗୋଟେମଣ୍ଡଳ ତିଆରି କରାଗଲା ଓ ବସ୍ତିରେ ସଂସ୍କାର କେନ୍ଦ୍ର ସ୍ଥାପନ କରାଗଲା। ସେ କେନ୍ଦ୍ର ଆଜି ପାଳନପୁରରେ ଉତ୍ତର ଗୁଜୁରାଟର ଲୋକକଲ୍ୟାଣ ସେବା ଟ୍ରଷ୍ଟ ନାମରେ ଜଣାଯାଏ। ବର୍ତ୍ତମାନ ଏହାର ଛାତ୍ରାବାସରେ 250 ବନବାସୀଙ୍କୁ ନିଃଶୁଳ୍କ ସମଗ୍ର ବିକାଶର ଲାଭ ମିଳେ।
ଜଣେ ଯଥାର୍ଥ ସ୍ଵୟଂସେବକ ସର୍ବଦା ସେବାକାର୍ଯ୍ୟକୁ ହିଁ ଖୋଜୁଥାଏ। 2000 ମସିହାରେ ମେହେସାଣା ସ୍ଥାନାନ୍ତରିତ ହେବା ପରେ ଯେବେ ଜୟନ୍ତୀ ଭାଇ ସଡକ ପାର୍ଶ୍ଵର ଫୁଟପାଥରେ ରହୁଥିବା, ଭିକ୍ଷା ମାଗୁଥିବା ପାଲାଙ୍କୁ ଦେଖନ୍ତି ତାଙ୍କର ମନ ବିଚଳିତ ହୋଇ ଉଠେ। ପେଟର ଭୋକ ହାତ ପତାଇବାକୁ ବାଧ୍ୟକରେ। ନଚେତ ଭିକ୍ଷା ମାଗିବାକୁ କାହାକୁ ଭଲ ଲାଗେ? କିଛି ଏହିପରି ପ୍ରଶ୍ନକୁ ଚିରି ଜୟନ୍ତ ଭାଇ 2000 ମସିହାରେ ହିଁ ନିଜ ଆଖ ପାଖରେ ସବୁ 3 ବର୍ଷରୁ 15 ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ସହର ଓ ରାଜ୍ୟର 18 ଜଣ ପିଲାଙ୍କୁ ପରାମର୍ଶ ଦ୍ଵାରା ଜିଲ୍ଲା କଲେକ୍ଟର ସ୍ଵୀକୃତିରୁ ସରକାରୀ ଜାଗା ଉପରେ 16 ଟି ଟେଣ୍ଟ ତିଆରି କଲେ। ଯେଉଁଠି 45 ଜଣ ପିଲା ନିଜ ଅଭିଭାବକଙ୍କ ସହିତ ରହିବାକୁ ଲାଗିଲେ। ରହିବା ଖାଇବା ଓ କପଡାର ସବିଧା ସୁଗମ ହେବା ପରେ ପିାଲାଙ୍କ ଚିନ୍ତାଧାରା ରଚନାତ୍ମକ ହେବାକୁ ଲାଗିଲା। ଶିକ୍ଷା ପ୍ରତି ଜାଗୃତ କରିବା ପାଇଁ ସେହି ପିଲାଙ୍କୁ ଯଥାଯୋଗ ବିଦ୍ୟାଳୟରେ ନାମଲେଖା କରାଗଲା। ଆଜି ସେହି ତମ୍ବୁରୁ ଭିକ୍ଷାବୃତ୍ତିକୁ ତ୍ୟାଗ କରି 300 ରୁ ଅଧିକ ପିଲା ବଦ୍ୟାଳୟକୁ ଯାଉଛନ୍ତି। ପ୍ରତିବର୍ଷ ତାଙ୍କ ପାଇଁ ନୂଆ ପୋଷାକ, ଜୋତା, ସ୍କୁଲ ବ୍ୟାଗ ଓ ବହିର ବ୍ୟବସ୍ଥା ବହୁତ ହର୍ଷ ଉଲ୍ଲାସର ଜୟନ୍ତୀ ଭାଇ ଓ ଅରୁଣା ବେନ ନିଜେ କରନ୍ତି ଓ ବର୍ଷକୁ ଥରେ ଶୈକ୍ଷିକ ଭ୍ରମଣ ପାଇଁ ମଧ୍ୟ ନେଇ କି ଯାଆନ୍ତି। ବିଗତ 20 ବର୍ଷରୁ ଚାଲୁଥିବା ଏହି ଯୋଜନା ମିଠାରାମଙ୍କ ପରି ପୁଅ ଝିଅଙ୍କୁ ମିଶାଇ 200 ଯୁବକ ଯୁବତୀଙ୍କୁ ଚାଳକ, ପ୍ଲମ୍ବର ଓ ବିଭିନ୍ନ କମ୍ପାନୀରେ କାମ କରି ନିଜ ଗୋଡରେ ଛିଡା ହେବାର ପ୍ରେରଣା ଓ ସାହସ ଦେଇଛି। ଯିଏ ଆଜି ଆତ୍ମ ନିର୍ଭର ହୋଇ ସ୍ଵୟଂ ନିଜର ନିର୍ବହନ କରି ଅନ୍ୟକୁ ମଧ୍ୟ ସହଯୋଗ କରୁଛନ୍ତି । ପାଖା ପାଖି 100 ରୁ ଅଧିକ ପରିବାର ନିଜ ବାସଗୃହରେ ରହୁଛନ୍ତି ଓ 22 ପରିବାର ଏହି ଦିଗର ଅଗ୍ରସର ଅଛନ୍ତି।
ସେବା ଭାବୀ ବ୍ୟକ୍ତି ପାଇଁ ପ୍ରତ୍ୟେକ କ୍ଷେତ୍ର ହିଁ ପ୍ରେରଣା ଦାୟୀ ହୋଇଥାଏ। ଆରମ୍ଭରୁ ହିଁ ବୃକ୍ଷରୋପଣକୁ ପ୍ରତ୍ସାହିତ କରି ପାଖାପାଖି 20 ହଜାରରୁ ଅଧିକ ବୃକ୍ଷ ପ୍ରତିବର୍ଷ ସାର୍ବଜନିକ ସ୍ଥଳରେ ଲଗାଇବା ପାଇଁ 2016 ମସିହାରେ ଶ୍ରୀ ଜୟନ୍ତ ଭାଇ ପଟେଲଙ୍କୁ ଗୁଜୁରାଟ ସରକାର ଗ୍ରୀନ ବ୍ରିଗେଡିୟର ସମ୍ମାନରେ ଅଳଙ୍କୃତ କରିଛନ୍ତି। ଏହା ସହିତ ଭୋଜନର ମହତ୍ଵକୁ ବୁଝାଇ ପାରିବା ପାଇଁ ଅରୁଣା ବେନ ନିଜ ପରିଚିତର ବିଭାହ ସ୍ଥଳର ବଳକା ଭୋଜକୁ ଦେଖି ନୂଆ ବିଚାରକୁ ଜନ୍ମ ଦେଲେ 2015 ମସିହାରେ ଅକ୍ଷୟ ରଥ ର ପ୍ରାରମ୍ଭ କଲେ।
ଯାହା ଅନ୍ତର୍ଗତ ଏକ ଗାଡି ଦ୍ଵାରା କୌଣସି ଭି ବଡ ଆୟୋଜନରେ ସ୍ଵଚ୍ଛ ଭୋଜନକୁ ଏକତ୍ରିତ କରି ଦୁଇ ଘଣ୍ଟା ମଧ୍ୟରେ ଅଭାବୀ ଲୋକ ଓ ବସ୍ତି ପର୍ଯ୍ୟନ୍ତ ଭୋଜନ ପହଞ୍ଚାଯାଏ। ପ୍ରତିଦିନ 500 ରୁ 5000 ଲୋକଙ୍କ ଭୋଜନ ବିଭିନ୍ନ କ୍ଷେତ୍ରରେ ଅକ୍ଷୟରଥ ଦ୍ଵାରା ବିତରିତ ହୋଇଥାଏ। ଏହି ଅକ୍ଷୟ ରଥର ହେଲ୍ପଲାଇନର ପ୍ରସିଦ୍ଧିର ହିଁ ପରିଣାମ କି ଆଖପାଖର 5 ରୁ 6 ସହରରେ ଭୋଜନ ସହିତ ସବୁ ସଂସ୍ଥାର ଲୋକଙ୍କୁ ଦ୍ଵାରା ଏହି ତର୍ଜ ଉପରେ କାର୍ଯ୍ୟ କରାଯାଉଛି।
ସେବା ହିଁ ସେବା ର ପ୍ରେରଣା ଯୋଗାଏ। ଏହି କାରଣ କି ଆଜି ମେହେସାଣାରେ ପାଖାପାଖି 60 ଜଣ ଲୋକ ଜୟନ୍ତୀ ଭାଇଙ୍କୁ ଦେଖି ନିସ୍ଵାର୍ଥ ଭାବରେ ସେବାରେ ସହଯୋଗ କରୁଛନ୍ତି।
“ଭିକ୍ଷା ମାଗିବା ଉଚିତ ନୁହେଁ” ଏମିତି କହିବାକୁ ତ ହଜାରେ ମିଳିବେ। କିନ୍ତୁ ତମ୍ବୁ ବାନ୍ଧି ଆଶ୍ରୟ ଦେଉଥିବା ଲୋକ, ହାତ ଧରି ସ୍ଵାଭୀମାନ ଓ ଆତ୍ମ ନିର୍ଭର ବନେଇ ରାସ୍ତା ଦେଖାଉଥିବା, ଏହି ସବୁ ପ୍ରତିବନ୍ଧକୁ ସମାପ୍ତ କରୁଥିବା ଦେଶଭକ୍ତ ଓ ସମାଜ ସେବୀ ବିରଳ ଅଟନ୍ତି।
नियमित अपडेट के लिए सब्सक्राईब करें।