सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ଗୁଜୁରାଟର ସାହସୀ କନ୍ୟା

ପୁଷ୍ପାଞ୍ଜଳୀ ପାତ୍ର | ଗୁଜୁରାଟ

parivartan-img

ଜୀବନ କ୍ଷଣ ଭଙ୍ଗୁର ଏବଂ ମୃତ୍ୟୁ ଏକ ଶାସ୍ ସତ୍ୟ। ଏହାର ଅନୁଭୁତି ମଣିଷକୁ ଶ୍ମଶାନ ଘାଟରେ ସବୁଠୁ ଅଧିକ ହୋଇଥାଏ। ଆମ୍ଭମାନଙ୍କ ଗହଣରେ କିଛି ସମୟ ପୂର୍ବରୁ ଥିବା କୌଣସି ବ୍ୟକ୍ତିର ଅନ୍ତିମ ସଂସ୍କାର କରିବା ସବୁଠୁ କଷ୍ଟକର। ନାରୀର କୋମଳ ସ୍ାଭାବ ଏହି କଷ୍ଟକୁ ସହି ପାରିବ ନାହିଁ ବୋଲି ଭାବି ହିନ୍ଦୁ ସଂସ୍କୃତିର ଝିଅଙ୍କୁ ଶ୍ମଶାନ ଘାଟକୁ ଅନୁମତି ନାହିଁ। କିନ୍ତୁ କରୋନାରେ ଏହି କଠିନ ସମୟରେ ନିଜ ସ୍ଇଚ୍ଛାରେ ଆଗକୁ ଆସି ଅନ୍ତିମ ସଂସ୍କାର ଭଳି କାମରେ ଦାୟିତ୍ ସମ୍ଭାଳି ଥିଲେ। ଆଜିର ଏହି କାହାଣୀ ରାଷ୍ଟ୍ରୀୟ ସେବିକା ସମିତିର ସ୍ୟଂସେବିକା ଭଉଣୀମାନଙ୍କୁ ଉତ୍ସର୍ଗୀକୃତ।


 

          କଥା 2021 ମସିହାର। ଯେତେବେଳେ କୋଭିଡର ଦ୍ିତୀୟ ଲହରୀରେ ହାହାକାର ହେଉଥିଲା ପୁରା ସଂସାର। ସଂକ୍ରମଣ ଭୟରେ ଲୋକମାନେ ନିଜ ନିଜ ଘର ଭିତରେ ରହିଲେ। କରୋନା ପଜିଟିଭ୍ ଶବର ଅନ୍ତିମ ସଂସ୍କାର ଆତ୍ମୀୟ ପରିଜନମାନେ ମଧ୍ୟ ପଛଘୁଞ୍ଚା ଦେଉଥିଲେ। ଏହି ସମୟରେ ଗୁଜୁରାଟର କଚ୍ଛ ର ସୂଖପର ଗାଁର ହିନା ବେଲାନୀ, ରିଙ୍କୁ ବେକାରିୟା, ସୁମିତା ଭୁତିଆ, ତୁଳସୀ ବିଲାନୀ, ଏସିଡିହି ରାଷ୍ଟ୍ର ସେବିକା ସମିତିର 10 ଜଣ ଭଉଣୀ ଅଦ୍ଭୁତ ସାହସର ପରିଚୟ ଦେଇଥିଲେ। ସେମାନେ ଶ୍ମଶାନ ଘାଟର ସଫେଇ, ଚିତା ସଜାଡିବା, ପି.ପି.ଇ କିଟ୍ ପିନ୍ଧି ଅନ୍ତିମ ସଂସ୍କାରର କାମ ଅତି ଭଲ ଭାବରେ ନିର୍ବାହ କରିଥିଲେ।


 

          15 ଅପ୍ରେଲ 2021 ସନ୍ଧ୍ୟା ସମୟରେ ଭୂଜ ତହସିଲର ବିକାଶ ଅଧିକାରୀଙ୍କ ଫୋନ ସଂଘର ସ୍ୟଂସେବକ ରାମଜୀ ବେଲାନୀଙ୍କ ପାଖକୁ ଆସିଲା ସ୍ୟଂସେବକଙ୍କ ସାହାଯ୍ୟ ପାଇଁ ଭୁଜ ସରକାରୀ ଡାକ୍ତରଖାନାରେ ପଡିଥିବା ଶବଗୁଡିକର ଅନ୍ତିମ ସଂସ୍କାର ନିମନ୍ତେ। ଯେଉଁମାନଙ୍କର ଅନ୍ତିମ ସଂସ୍କାର ପାଇଁ ଆତ୍ମୀୟ ସ୍ଜନମାନେ ମଧ୍ୟ ମୁହଁ ମୋଡିଥିଲେ। ସରକାରୀ କାର୍ଯ୍ୟକର୍ତ୍ତା ମଧ୍ୟ ଏତେ ସଂଖ୍ୟାର ଶବର ଅନ୍ତିମ ସଂସ୍କାର କରିବାକୁ ଅସମର୍ଥ ଥିଲେ। ଏହି ଶଙ୍କଟ ପରିସ୍ଥିତିକୁ ଦେଖି ସଂଘର କାର୍ଯ୍ୟକର୍ତ୍ତାମାନେ ପୁରୁଷମାନଙ୍କ ଏକ ଟିମ୍ ପ୍ରସ୍ତୁତ କରିଥିଲେ।

          ଏହି ସମୟରେ ତାଙ୍କ ଝିଅ ହିନା ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିବାକୁ ମନ ବଳାଇ ଥିଲେ। କିନ୍ତୁ ପିତାଙ୍କ ମନ ଆତଙ୍କିତ ଥିଲା। ଝିଅ କଣ ଏହି କଠିନ କାର୍ଯ୍ୟ ସମ୍ପନ୍ନ କରି ପାରିବ?

 

          କିନ୍ତୁ ଏହି ଆଶଙ୍କା ମିଥ୍ୟା ପ୍ରମାଣିତ ହେଲା। ହିନାଙ୍କ ସହିତ ରାଷ୍ଟ୍ର ସେବିକା ସମିତିର ଅନ୍ୟ ଭଉଣୀମାନେ ମଧ୍ୟ ଏହି କାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ।

 

          ସୌରାଷ୍ଟ୍ର ପ୍ରାନ୍ତର ରାଷ୍ଟ୍ରୀୟ ସମିତିର ପ୍ରାନ୍ତ ପ୍ରଚାରକ ପ୍ରମୁଖ ହିନା ଦିଦି ନିଜର ଅନୁଭୁତି ପ୍ରଦାନ କରିଥିଲେ। ସେମାନେ 3 ଜଣିଆ ଦଳ ବନାଇ କାର୍ଯ୍ୟ କରୁଥିଲେ। ନିୟମିତ ଶ୍ମଶାନ ଘାଟର ସଫେଇ କରୁଥିଲେ। ଭୀଷଣ ଗରମରେ ପି.ପି.ଇ କିଟ୍ ପିନ୍ଦି ଅନ୍ତିମ ସଂସ୍କାର କାର୍ଯ୍ୟ କରିବାରେ ବହୁତ କଷ୍ଟ କରିବାକୁ ପଡିଥିଲା। ଗାଁର ଲୋକମାନେ ମଧ୍ୟ ବହୁ ପରିମାଣରେ ନିଜର ସହଯୋଗ କରିଥିଲେ। ସେମାନେ ନିଜ ନିଜ ଘରୁ କାଠ, ଘିଅ, କର୍ପୁର ଇତ୍ୟାଦି ମଧ୍ୟ ଦେଇଥିଲେ।

ଲକଡାଉନର ସମୟ ଥିଲା। ଭୂଜର ହସ୍ପିଟାଲରେ ଓ ଆଖପାଖ ସମସ୍ତ ଗାଁର ଶବମାନଙ୍କ ଅନ୍ତିମ ସଂସ୍କାର ଏହି ଗାଁରେ ହିଁ ହୋଇଥିଲା। ଲକଡାଉନ୍ 45 ଦିନ ହୋଇଥିଲା। ଏହି ଅଭିଯାନରେ 50ରୁ ଅଧିକ ଶବର ସମ୍ମାନଜନକ ବିଦାୟ ସ୍ୟଂସେବକମାନଙ୍କ ଟୋଲି ଓ ଏହି ସମିତିର ଭଉଣୀମାନେ ମିଶି କରିଥିଲେ।

 

          କାର୍ଯ୍ୟ ଧୀରେ ଧୀରେ ବଢିଲା ଏବଂ  ଏହି କାର୍ଯ୍ୟରେ ଅଧିକରୁ ଅଧିକ ଯୁବା ଯୋଗ ଦେଇ ଏହି ଅଗ୍ନିଦାହର କାର୍ଯ୍ୟକୁ ସମ୍ଭାଳିଲେ। ଏହି ସମୟରେ ଭଉଣୀମାନେ କ୍ୟୁରାନଟାଇନ ହୋଇଥିବା ଲୋକମାନଙ୍କ ପାଇଁ ମା ଅନ୍ନପୂର୍ଣ୍ଣାଙ୍କ ରୂପ ଧାରଣ କରି ଟିଫିନ୍ ଯୋଗାଇବା କାର୍ଯ୍ୟରେ ଲାଗି ପଡିଲେ। ଲକ୍ଡାଉନରେ ସାନିଟାଇଜର ଓ ମାସ୍କ ଘରେ ଘରେ ଯାଇ ବାଣ୍ଟିଥିଲେ। ଏହି ମାସ୍କଗୁଡିକୁ ସେ ଭଉଣୀମାନେ ନିଜ ହାତରେ ବନେଇ ଥିଲେ ମଧ୍ୟ। ଏକା ରହୁଥିବା ବୃଦ୍ଧବୃଦ୍ଧାଙ୍କୁ ଔଷଧ ସମତି ଫଳ, ଖାଦ୍ୟ ପହଞ୍ଚାଇବା କାମ ମଧ୍ୟ କରିଥିଲେ। ପୋଲିସଠୁ ଆରମ୍ଭ କରି ପ୍ରଶାସନର ଅନ୍ୟକାମରେ ମଧ୍ୟ ଭଉଣୀମାନେ ସହଯୋଗ କରିଥିଲେ।

          ଏହିସବୁ କାର୍ଯ୍ୟ କିପରି ଭାବେ କରି ପାରିଲେ ବୋଲି ଭଉଣୀମାନଙ୍କୁ ପ୍ରଶ୍ନ କରିଥିଲେ। ପ୍ରତିଉତ୍ତରରେ କହନ୍ତି ସଂଘ ପରିବାରର ସଂସ୍କାର ଓ ସମିତିର ପ୍ରଶିକ୍ଷଣ ବର୍ଗ ଦ୍ାରା  ଏହା ସମ୍ଭବ ହୋଇ ପାରିଛି

          ସଂଘଶକ୍ତି ଯୁଗେ ଯୁଗେ। 

353 Views
अगली कहानी