नियमित अपडेट के लिए सब्सक्राईब करें।
ପୁଷ୍ପାଞ୍ଜଳି ପାତ୍ର | ଡୋଂଗରୀପାଡା | ମହାରାଷ୍ଟ୍ର
ଆଜି ଡୋଂଗରୀପାଡାରେ ସାତ ଦଶନ୍ଧିର ଅପେକ୍ଷା ଶେଷ ହେଲା। ଗାଁର ଲୋକମାନେ ଆନନ୍ଦରେ ବିଭର ହୋଇ ପଡୁଥଲେ। ପ୍ରତ୍ୟେକ ଘରକୁ ପାଣି ପହଞ୍ଚାଇବା ସୋଲାର ପମ୍ପକୁ ଦେଖି 73 ବର୍ଷ ବୟସର ଶାନ୍ତା ବାଇ ଖଦୋଗେଙ୍କ ଆଖିରୁ ଲୁହ ଝରିପଡୁଥିଲା। ମୁମ୍ବାଇରୁ ମାତ୍ର 80 କି.ମି. ଦୂର ପାଲଘର ଜିଲ୍ଲାର ଏହି ଗାଁରେ ଲୋକମାନେ 72 ବର୍ଷରୁ ପାନୀୟ ଜଳର ଅପେକ୍ଷା କରି ଆସୁଥିଲେ। ଗର୍ଭବତୀ ମହିଳା ହୁଅନ୍ତୁ କି 12 ବର୍ଷର ପିଲା ପାହାଡ ଅଞ୍ଚଳରେ ଥିବା ଡୋଂରୀପଡା ଆବଡା ଖାବଡା ରାସ୍ତାରେ ଦେଢ କି.ମି. ଦୂରରେ ଥିବା କୂଅରୁ ପାଣି ଆଣିବା ସେମନଙ୍କର ଭାଗ୍ୟ ଥିଲା। ବର୍ଷା ଦିନରେ ଯାତାୟତ ରାସ୍ତା ବନ୍ଦ ହୋଇଯାଉଥିଲା। ବିନା ପାଣି, ବିନା ବିଜୁଳୀ, ବିନା ସରକାରୀ ବିଦ୍ୟାଳୟର ବସ୍ତିରେ 33 ପରିବାର ମଧ୍ୟରୁ କେବଳ 7 ଜଣ କୃଷକ ନିଜ ଜମି ଚାଷ କରି ପାରୁଥିଲେ। ଏହି କାହାଣୀକୁ ପଢୁଥିବା ପାଠକମାନେ ବିଶ୍ଵାସ କରି ପାରିବେ ନାହିଁ କି ଆଜି ଏହି ଗାଁରେ ଏସ୍ଟ୍ରଟ୍ରଫ୍ (Astroturf) ର ଏକ ଖେଳ ପଡିଆ ଅଛି। ମହିଳାଙ୍କୁ ଶିକ୍ଷା ଦେବା ପାଇଁ ସିଲେଇ କେନ୍ଦ୍ର ଅଛି। ଛୋଟ ପିଲାମାନଙ୍କ ପାଇଁ ମାଧବ ବାଲ ସଂସ୍କାର କେନ୍ଦ୍ର ଅଛି। ଏଠାରେ କମ୍ପ୍ୟୁଟର ଶିକ୍ଷା ମଧ୍ୟ ଦିଆଯାଏ। ଅଧ୍ୟୟନ ପାଇଁ ଗୋଟିଏ ଛୋଟ ପୁସ୍ତକାଳୟ ମଧ୍ୟ ଅଛି ଏବଂ ସବୁଠୁ ଜରୁରୀ ପାଣି ମଧ୍ୟ ପ୍ରତ୍ୟେକ 8 ଘର ମଧ୍ୟରେ ଏକ ଟେପଲେଟ୍ ଅଛି। ଏବେ ଘରେ ଘରେ ବିଜୁଳି ଚମୁକୁଛି।
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଂସ୍ଥାପକ କେଶବ ବଳିରାମ ହେଡ୍ଗେବାରଙ୍କ ସ୍ମୃତିରେ ଚାଲୁଥିବା ବହୁ ଆଶାୟୀ ପ୍ରକଳ୍ପ କେଶବ ସୃଷ୍ଟିଦ୍ଵାରା ଚାଲୁଥିବା ଗ୍ରାମ ବିକାଶ ଯୋଜନାର ପ୍ରୟାସରେ ଏହା ସମ୍ଭବ ହୋଇ ପାରିଛି। ଡୋଗରୀପାଡାର ଏହି ବିକାଶର ଶିଳ୍ପୀକାର ମୁମ୍ବାଇ ମହାନଗରର ପୂର୍ଵ କାର୍ଯ୍ୟବାହ ବିମଳ କେଡିଆ କହନ୍ତି ଏହି ବିକାଶ ଯାତ୍ରାରେ ଗ୍ରାମବାସୀବୃନ୍ଦଙ୍କର ବହୁ ସହଯୋଗ ମିଳିଥିଲା। ପାଣିର ଟାଙ୍କିରୁ ପ୍ରତ୍ୟେକ ଘରକୁ ପାଇପ୍ ଲାଇନ ନେବା ଠାରୁ ସମାଜ ମନ୍ଦିରର ନିର୍ମାଣ ପର୍ଯ୍ୟନ୍ତ ଗ୍ରାମବାସୀ ରାତିଦିନ ଶ୍ରମଦାନ କରି କାର୍ଯ୍ୟକୁ ପୁରା କରିଥିଲେ। ବିକାଶ କାର୍ଯ୍ୟ ଦିନକୁ ଦିନ ଯେତେ ବଢିଲା ଗ୍ରାମବାସୀଙ୍କ ର ସହଯୋଗ ମଧ୍ୟ ଅଧିକରୁ ଅଧିକ ମିଳିବାକୁ ଲାଗିଲା। ଏକ ସମିତି ଗଢି ରାଶି ନିର୍ଣ୍ଣୟ କରି ଏହି ସବୁ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ଏକମତ ହେଲେ। ପୁଣେର ଏକ ନିଜି କମ୍ପାନୀ ଗ୍ରାମ ଉର୍ଜ୍ଜାଦ୍ଵାରା ଦୂରରେ ଥିବା କୂଅରୁ ପାଣିଟାଙ୍କି ପର୍ଯ୍ୟନ୍ତ ଓ ଘର ଘର ପର୍ଯ୍ୟନ୍ତ ପାଇପ୍ ଲାଇନ ପହଞ୍ଚାଇବା ସହିତ ସୋଲାର ପେନାଲ କାର୍ଯ୍ୟ ବିଛେଇବାର କାର୍ଯ୍ୟ ପୁରା ହେଲା। ଏହିସବୁ ପ୍ରମୁଖ ଖର୍ଚ୍ଚ ପରେ ଗ୍ରାମବାସୀ ବୃନ୍ଦ କେଶବ ସୃଷ୍ଟିରୁ କିଛିବି ସାହାଯ୍ୟ ନ ନେବା ପାଇଁ ନିଷ୍ପତ୍ତି ନେଲେ। ନଦୀରୁ ଚାଷ ଜମି ପର୍ଯ୍ୟନ୍ତ ସିଞ୍ଚାଇ ପାଇଁ ପାଣି ଆଣିବା, ଆଗକୁ ରକ୍ଷଣାବେକ୍ଷଣର ଖର୍ଚ୍ଚ ମଧ୍ୟ ଗ୍ରାମବାସୀ ନିଜ କରିବାକୁ ନିଷ୍ପତ୍ତି ନେଲେ। ପ୍ରକୃତି ଡୋଂଗରୀପାଡାକୁ ଆଦମ୍ୟ ସୌନ୍ଦର୍ଯ୍ୟ ପ୍ରଦାନ କରିଥିଲା। କିନ୍ତୁ ଏହି ବିଡମ୍ବନା ଥିଲା କି ଭରପୁର ବର୍ଷାପରେ ମଧ୍ୟ ପାଲଘର ଜିଲ୍ଲାର ଏହି ଗାଁ ବୁନ୍ଦ ବୁନ୍ଦ ପାଣି ପାଇଁ କଷ୍ଟରେ ଥିଲା। କୃଷକମାନଙ୍କ ଆୟ ମାସିକ 2000 ଟଙ୍କା ଥିଲା। ବାଧ୍ୟହୋଇ ଗାଁର ପୁରୁଷଲୋକମାନେ ପାହାଡ ତଳେ ଥିବା ଗାଁ ସାଂସେଣେରେ ଅନ୍ୟମାନଙ୍କ କୃଷି କ୍ଷେତରେ ମଜଦୂରୀ କରୁଥିଲେ। ଛୋଟପିଲାମାନଙ୍କୁ ମଧ୍ୟ ପଢିବା ପଇଁ 9 କି.ମି. ଦୂର ବାଡାରେ ସ୍ଥିତ ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ପଡୁଥିଲା। ସ୍କୁଲରୁ ଫେରିବା ପରେ ପଢିବା କିମ୍ବା ପଢେଇବାର କିଛି ବ୍ୟବସ୍ଥା ନ ଥିଲା। କିନ୍ତୁ ଆଜି ଡୋଂଗରୀପାଡା ବିକାଶ ଧାରାରେ ଅଗ୍ରସର । ଗାଁର ମଧ୍ୟ ଭାଗରେ ଏକ ସାମୁଦାୟିକ ଭବନ ଯାହାକୁ ସମାଜ ମନ୍ଦିର ନାମ ଦିଆ ଯାଇଛି। ସେଥିରେ 8ଟି ସିଲେଇ ମେସିନରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସହଯୋଗରେ ମିଳିଥିବା 2ଟି କମ୍ପ୍ୟୁଟରରେ ପ୍ରାରମ୍ଭିକ ପ୍ରଶିକ୍ଷଣ ଦିଆ ଯାଉଅଛି। ଡୋଂଗରୀପଡା ସହିତ 10 ଟି ଗାଁର ବିକାଶର ଚିନ୍ତା କରୁଥିବା “କେଶବ ସୃଷ୍ଟି”ର ଗ୍ରାମ ବିକାଶ ପାଇଁ ବିସ୍ତାରକ ସଚୀନଜୀ କହନ୍ତି କି, ଗ୍ରାମବାସୀ ପାଇଁ ଏହି ସମାଜ ମନ୍ଦିର ଏକ ପୂଜା ସ୍ଥାନ ପରି। ଗଣେଶମହୋତ୍ସବ ଠାରୁ ଆରମ୍ଭ କରି ବିବାହ ବ୍ରତ ପାଇଁ ଏହି ପ୍ରାଙ୍ଗଣ ନିଃଶୁଳ୍କ ଦିଆଯାଏ। ଏହିଠାରେ ପ୍ରତି ସପ୍ତାହ ସତ୍ସଙ୍ଗରେ ଧିରେ ଧିରେ ପୁରା ଗ୍ରାମ ବ୍ୟସନମୁକ୍ତ ହୋଇ ପାରୁଛି। ନିୟମିତ ମଦ ପିଉଥିବା ବାରଲୀ ଜନଜାତିର ବନବାସୀ ପରିବାର ଏବେ ସମ୍ପୂର୍ଣ୍ଣ ନିଶାମୁକ୍ତ। ଏବେ ସେମାନେ ଚାଷ କାମ କରି ପ୍ରତ୍ୟେକ ବର୍ଷ 1 ରୁ ଦେଢଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ଗାଁର ମଧ୍ୟରେ ଥିବା ପାଣିଟାଙ୍କି ଦ୍ଵାରା ବର୍ଷସାରା ପାଣି ସମସ୍ୟା ହୁଏ ନାହିଁ।
ଏକ ବର୍ଷ ପୂର୍ବ ଏକ ଘଟଣା – ଏହି ପରିବର୍ତ୍ତନକୁ ବୁଝିବା ପାଇଁ ପର୍ଯ୍ୟାପ୍ତ। ପ୍ରତିଷ୍ଠିତ ଲେଖକ ରତନ ଶାରଦାଜୀ ଯେବେ ଡୋଂଗରୀପାଡା ଗ୍ରାମର ବିକାଶ କାହାଣୀକୁ ଶବ୍ଦ ଦେବାକୁ ଯାଉଥିଲେ ତାଙ୍କ ସ୍ତ୍ରୀ କୌତୁକବସତଃ ସେଠାକାର ମହିଳାମାନଙ୍କୁ ଏକ ପ୍ରଶ୍ନ ପଚାରିଲେ କି ଏବେ ଆପଣମାନଙ୍କୁ କଣ ଦରକାର? ଗ୍ରାମ ବାସୀ ଯେଉଁ ଉତ୍ତର ଦେଲେ ସେଥିରେ ହିଁ ଏ କଥାର ସାର ଲୁଚି ରହିଥିଲା। ଏହି ବନବାସୀ ପରିବାରର ଲୋକଙ୍କ କହିବା ଏହା ଥିଲା କି ଯାହା ଦରକାର ଥିଲା ସବୁ ମିଳିଗଲା। ଏବରଯାତ୍ରା ଆମ୍ଭେ ନିଶ୍ଚୟ କରିବୁ।
नियमित अपडेट के लिए सब्सक्राईब करें।